fbpx

OSSC ପକ୍ଷରୁ ଘୋଷଣା: କନିଷ୍ଠ କିରାଣୀ, ଜୁନିୟର ଟାଇପିଷ୍ଟ, DEO ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣ ବଦଳିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ନଭେମ୍ବର ମାସ ୧୦ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ, ଜୁନିୟର କ୍ଲର୍କ ଆଣ୍ଡ ଟାଇପିଷ୍ଟ, ଟାଇପିଷ୍ଟ ଆଣ୍ଡ କପିଇଷ୍ଟ, ଜୁନିୟର ଗ୍ରେଡ ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଆଦି ପଦ ପୂରଣ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ସମସ୍ତ ପଦ ପାଇଁ ଗତ ଫେବୃଆରୀ ମାସ ୪ ତାରିଖରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାପରେ ପ୍ରିଲିମିନାରୀ ପରୀକ୍ଷାର ଆନସର କି (ଉତ୍ତରମାଳା) ଜାରି କରାଯାଇଥିଲା ।

ତେବେ ଏହି ପଦଗୁଡ଼ିକ ପାଇଁ ଆସନ୍ତା ୨୧ ତାରିଖ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପୂର୍ବରୁ ଚୂଡ଼ାନ୍ତ ହୋଇ ସାରିଛି । ଏହା ମଧ୍ୟରେ ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣକୁ ନେଇ ଓଏସଏସସି ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ଛାତ୍ରଛାତ୍ରୀମାନେ ୧୦୦ ବଦଳରେ ୮୦ଟି ପ୍ରଶ୍ନର ଉତ୍ତର ଦେବେ । ଓଏମଆର ଆନସର ଶିଟରେ ପ୍ରାର୍ଥୀମାନେ ଉତ୍ତର ଦେବେ । ପ୍ରେସିସ ଲିଖନ ଓ ଅନୁବାଦନ ପାଇଁ ପ୍ରଶ୍ନ-କମ-ଉତ୍ତର ବୁକଲେଟ୍ ଦିଆଯିବ । ୱେବସାଇଟ ସହ ଟଚରେ ରହିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.