fbpx

(See Video) ଗାଧୋଉଥିବା ବେଳେ ପାୱାର ଚାନେଲରେ ଭାସିଗଲା ୮ ବର୍ଷର ବାଳକ

Advertisement

ସମ୍ବଲପୁର (ଓଡିଶା ଭାସ୍କର): ଗାଧୋଉଥିବା ବେଳେ ଭାସିଗଲେ ୮ ବର୍ଷର ବାଳକ । ବୁର୍ଲା ସ୍ଥିତ ପାୱାର ଚାନେଲରେ ଏଭଳି ଏକ ଘଟଣା ଘଟିଛି । ୮ ବର୍ଷର ବାଳକ ଜଣକ ମା’ ସହ ମିଶି ଗାଧୋଉଥିବା ବେଳେ ଭାସିଯାଇଛନ୍ତି । ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର । ସେ ବୁର୍ଲା ସ୍ଥିତ ୱାନ୍-ଆର୍ କଲୋନୀରେ ରୁହନ୍ତି । ସୂଚନା ଯେ, ଆଜି ସକାଳେ ସେ ପାୱାର ଚାନେଲର ଶିବ ମନ୍ଦିର ଘାଟ ନିକଟରେ ଗାଧୋଉଥିବା ବେଳେ କୌଣସି କାରଣରୁ ଭାସି ଯାଇଥିଲା। ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ଭାସି ଯାଇଥିବା କୁହାଯାଉଛି। ଘଟଣା ସଂପର୍କରେ ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।

Get real time updates directly on you device, subscribe now.