fbpx

ମାନିବାକୁ ପଡ଼ିବ ୮୦ ବର୍ଷୀୟା ଦାଦିଙ୍କ ଦମ୍, ସମସ୍ତଙ୍କୁ କଲେ ଚକିତ, ଦେଖନ୍ତୁ ଭିଡିଓ…

Advertisement

କୁହାଯାଏ ମନ ଦୃଢ଼ ଥିଲେ ସବୁ କାର୍ଯ୍ୟ  ସାଧ୍ୟ । ଆଉ ଏହାକୁ ପ୍ରମାଣ କରି ଦେଖାଇଲେ ଏହି ୮୦ ବର୍ଷୀୟା ଜେଜେ ମା । ସେଥିପାଇଁ ତ କୁହାଯାଏ କୌଣସି କାମ କରିବା କ୍ଷେତ୍ରରେ ବୟସର କୌଣସି ପ୍ରଭାବ ପକାଏନି । କାରଣ ବୟସ ହେଉଛି ଏକ ସଂଖ୍ୟା, ମନରେ ଦୃଢ଼ତା ଆଉ ଇଛାଶକ୍ତି ଥିବେ ସବୁ କାର୍ଯ୍ୟ ସାଧ୍ୟ ହୋଇଥାଏ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଜେଜେମାଙ୍କ ଏଭଳି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜେଜେମାଙ୍କ ଜୋସ ଦେଖିଲେ ସମସ୍ତଙ୍କ ହୋସ ଉଡିଯିବ । କାରଣ ଏ ବୟସରେ ଏଭଳି ଜଲୱା ଦେଖାଉଛନ୍ତି ସେ । ତାଙ୍କ ବଳ ଆଗରେ ଯେ କେହି ବି ହାର ମାନିଯିବେ । ୮୦ ବର୍ଷ ବୟସରେ ଘରର ଛାତ ଉପରେ  ନିଜ ନାତିଙ୍କ ସହ ବ୍ୟାୟାମ କରୁଛନ୍ତି ଜେଜେ ମା । ଆଉ ନାତିଙ୍କ ଫିଟନେସ ଚ୍ୟାଲେଞ୍ଜକୁ ଗ୍ରହଣ କରି ୱେଟ ଲିଫ୍ଟିଂ ଉଠାଇ ସମସ୍ତଙ୍କୁ ଚକିତ କଲେ । ତାଙ୍କ ନାତି ମଧ୍ୟ ଜେଜେ ମାଙ୍କ ଏଭଳି ଜୋସ ଦେଖି ଖୁବ ଚକିତ ହୋଇପଡିଲେ ।

ତେବେ ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ହଜାର ହଜାର ଲୋକ ଦେଖି ସାରିଥିବାବେଳେ ଏହାକୁ ଅନେକ ଲୋକ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.