fbpx

୪୯ ସେକେଣ୍ଡରେ ୧୦୦ ମିଟର ପ୍ରତିଯୋଗିତା ପୂରା କରି ଚର୍ଚ୍ଚାକୁ ଆସିଲେ ୮୦ ବର୍ଷିୟା ବୃଦ୍ଧା

ଉତ୍ତରପ୍ରଦେଶର ମେରଟରେ ଚାଲୁଥିବା ଜଣେ ବୃଦ୍ଧ ମହିଳାଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭାଇରାଲ୍ ଭିଡିଓରେ, ଜଣେ ବୃଦ୍ଧ ମହିଳା ୧୦୦ ମିଟର ପ୍ରତିଯୋଗିତାରେ ଭାଗ ନେଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ୮୦ ବର୍ଷ ବୟସ୍କା ମହିଳା ମାତ୍ର ୪୯ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରିଛନ୍ତି । ବୃଦ୍ଧା ଜଣକ ୧୦୦ ମିଟର ଦୌଡ଼ ଶେଷ କରିବା ମାତ୍ରେ ଲୋକମାନେ ତାଳି ମାରିବା ଆରମ୍ଭ କରିଥିଲେ । ପିଲାମାନେ ମଧ୍ୟ ବୃଦ୍ଧାଙ୍କୁ ଦୌଡୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।

 

ଭାଇରାଲ ଭିଡିଓରେ ବୃଦ୍ଧ ମହିଳା ନିଜେ ତାଳି ମାରିବା ସହ ଟ୍ରାକରେ ଦୌଡ଼ିବା ଆରମ୍ଭ କରିଥିଲେ । ବୃଦ୍ଧ ମହିଳା ଜଣକ ପର୍ଯ୍ୟାୟ କ୍ରମେ ଦୌଡିବାକୁ ଲାଗିଥିଲେ ଏବଂ ଯେତେବେଳେ ସେ ଶହେ ମିଟର ଟ୍ରାକକୁ ଶେଷ କରିଥିଲେ ସେତେବେଳେ ମହିଳା ଜଣଙ୍କ ଅଟକି ଯାଇଥିଲେ । ବୃଦ୍ଧ ମହିଳାଙ୍କୁ ଶାଢୀ ପିନ୍ଧି ଦୌଡୁଥିବାର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ ।

ଜିଲ୍ଲା ଆଥଲେଟିକ୍ ନିଟ-୨୦୨୨ କ୍ରିଡ଼ା ଭାରତୀ ଏବଂ ଗ୍ଲୋବାଲ୍ ସୋସିଆଲ୍ କନେକ୍ଟ ଦ୍ୱାରା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଜଣେ ୮୦ ବର୍ଷ ବୟସ୍କା ମହିଳା ୪୯ ସେକେଣ୍ଡରେ ୧୦୦ ମିଟର ଦୌଡିଥିଲେ । ବିରି ଦେବୀ ଭରଲା ନାମକ ଏହି ବୃଦ୍ଧା, କ୍ରିଡା ଭାରତୀ ମେରଟ ଏବଂ ବେଦ ଇଣ୍ଟରନ୍ୟାସନାଲ ସ୍କୁଲ, ଗ୍ଲୋବାଲ ସୋସିଆଲ କନେକ୍ଟ ପକ୍ଷରୁ ମାଷ୍ଟର ଆଥଲେଟିକ୍ ଆସୋସିଏସନ ଅଧୀନରେ ଆୟୋଜିତ ହୋଇଥିବା ପ୍ରଥମ ମାଷ୍ଟର୍ସ ଜିଲ୍ଲା ଆଥଲେଟିକ୍ ନିଟ୍ -୨୦୨୨ ରେ ଏହି ସଫଳତା ହାସଲ କରିଛନ୍ତି । ବିରି ଦେବୀ ଗର୍ବର ସହିତ କହିଥିଲେ ଯେ ସେ ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୩୫ ବର୍ଷରୁ ଅଧିକ ଲୋକ ଏଥିରେ ଭାଗ ନେଇଥିଲେ ।

Get real time updates directly on you device, subscribe now.