fbpx

ପତଞ୍ଜଳି ଯୋଗପୀଠରେ ପଶିଲା କରୋନା: ୮୩ ପଜିଟିଭ୍‌, ବାବା ରାମଦେବଙ୍କର ହୋଇପାରେ ଟେଷ୍ଟ

ହରିଦ୍ୱାର,୨୨ ।୪: ଉତ୍ତରାଖଣ୍ଡରେ କରୋନାର ଦ୍ୱିତୀୟ ଲହରୀ ବଢି ବଢି ଚାଲିଛି । ଏବେ କରୋନା ପତଞ୍ଜଳି ଯୋଗପୀଠରେ ବି ପ୍ରବେଶ କରିଛି । ହରିଦ୍ୱାର ସ୍ଥିତ ପତଞ୍ଜଳିରେ ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ପଜିଟିଭଙ୍କୁ ଆଇସୋଲେଟରେ ରଖାଯାଇଛି । କୁହାଯାଉଛି ଯେ, ବାବା ରାମଦେବଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ । ଏତେ ସଂଖ୍ୟକ କରୋନା ପଜିଟିଭ ମାମଲା ଆସିଥିବାରୁ ପ୍ରଶାସନ ମଧ୍ୟ ଚିନ୍ତାରେ ରହିଛି । ଅନ୍ୟପଟେ ପତଞ୍ଜଳି ପୀଠରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କର ଟେଷ୍ଟ କରାଯାଉଛି ।

ତେବେ ମିଳିଥିବା ସୂଚନା ମୁତାବକ, ପତଞ୍ଜଳି ଯୋଗପୀଠର ଅନେକ ଅନୁଷ୍ଠାନରେ ପ୍ରତିଦିନ କରୋନା ରୋଗୀଙ୍କୁ ଦେଖିବାକୁ ମିଳୁଛି । ହରିଦ୍ୱାରର ସିଏମଓ ଡକ୍ଟର ଶମ୍ଭୁ କହିଛନ୍ତି ଯେ, ଏପ୍ରିଲ ୧୦ ତାରିଖରୁ ପତଞ୍ଜଳି ଯୋଗପୀଠ ଆଚାର୍ଯ୍ୟକୁଲମ ଏବଂ ଯୋଗ ଗ୍ରାମରେ ୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି କରୋନା ରୋଗୀମାନଙ୍କୁ ପତଞ୍ଜଳି କ୍ୟାମ୍ପସରେ ଆଇସୋଲେଟ କରାଯାଇଛି ।ଆବଶ୍ୟକ ପଡିଲେ ବାବା ରାମଦେବଙ୍କର ମଧ୍ୟ କରୋନା ଯାଞ୍ଚ କରାଯିବ ବୋଲି ସିଏମଓ କହିଛନ୍ତି ।

Get real time updates directly on you device, subscribe now.