ନୂଆବର୍ଷରେ ୮୪ଟି ନୂଆ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): ନୂଆ ବର୍ଷରେ ନୂଆ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ । ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ ସେବାର ଭିସି ଜରିଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୨୭ ଜିଲ୍ଲାକୁ ନୂଆ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ବାଲେଶ୍ୱର ଜିଲ୍ଲାକୁ ଯିବ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯୋଗାଇଦିଆଯିବ । ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବ୍ୟୟରେ ଏହି ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି ।

ଏହା ସହ ଟ୍ୱିଟ୍ ଜରିଆରେ ରାଜ୍ୟବାସୀଙ୍କ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆବର୍ଷ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ ବୋଲି ସେ କହିଛନ୍ତି ।