fbpx

ବିବାହ ନା ଚାକିରି ? କାହା ପାଇଁ ଅଧିକାଂଶ ମହିଳା ତାଙ୍କ ଘର ଛାଡି ଅନ୍ୟ ସ୍ଥାନକୁ ଆସୁଛନ୍ତି, ଜାଣନ୍ତୁ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ:ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ (NSSO) ଦ୍ୱାରା ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ସୂଚନା ରହିଛି ଯେ ରୋଜଗାର କାରଣରୁ କେବଳ ଏକ ପ୍ରତିଶତ ମହିଳା ନିଜ ସହରରୁ ଦେଶର ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେଉଛନ୍ତି। ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଠିକ ସେତିକି ବେଳେ ଦେଶର ୮୭ ପ୍ରତିଶତ ମହିଳା ସେମାନଙ୍କ ବିବାହ କାରଣରୁ ନିଜ ବାସସ୍ଥାନରୁ ସ୍ଥାନାନ୍ତର ହେଇଛନ୍ତି ।

ଏହା ସହିତ ରିପୋର୍ଟରୁ ଏହା ମଧ୍ୟ ସୂଚନାମିଳିଛି ଭାରତରେ ପ୍ରାୟ ୫୦ ପ୍ରତିଶତ ପୁରୁଷ ୨୦୨୦-୨୧ ମଧ୍ୟରେ ଦେଶ ଭିତରେ ଚାକିରି ଖୋଜିବା ପାଇଁ ନିଜ ସହରରୁ ଅନ୍ୟ ସ୍ଥାନକୁ ଯାଇଥିଲେ।

ମଙ୍ଗଳବାର ଦିନ ୨୦୨୦-୨୧ବର୍ଷ ପାଇଁ ପ୍ରକାଶିତ ପରିସଂଖ୍ୟାନ ଏବଂ ପ୍ରୋଗ୍ରାମ ନିୟୋଜନ ମନ୍ତ୍ରଣାଳୟ (MOSPI) ଅଧୀନରେ ଥିବା ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ (NSSO) ଦ୍ୱାରା ପରିଚାଳିତ ‘ମଲ୍ଟିପଲ୍ ଇଣ୍ଡିକେଟର୍ ସର୍ଭେ ଇଣ୍ଡିଆ’ର ଅନୁସନ୍ଧାନ ରିପୋର୍ଟ ରେ ଏହା ପ୍ରକାଶ ପାଇଛି ।

ସର୍ଭେ ଅନୁଯାୟୀ, ୪୮.୮ ପୁରୁଷ ପ୍ରତିଶତ ରୋଜଗାର ସମ୍ବନ୍ଧୀୟ କାରଣରୁ ନିଜ ସହରରୁ ବାହାରିଥିବାବେଳେ ୮ ପ୍ରତିଶତ ଅଧ୍ୟୟନ ସମ୍ବନ୍ଧୀୟ କାରଣରୁ ବାହାରକୁ ଚାଲିଯାଆନ୍ତି । ନମୁନା ସର୍ବେକ୍ଷଣରୁ ଜଣାପଡିଛି ଯେ ମହିଳା ଉତ୍ତରଦାତାମାନଙ୍କ ମଧ୍ୟରେ ୮୭% ବିବାହ କାରଣରୁ ନିଜ ସହର ଛାଡି ଚାଲିଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧% ଚାକିରୀ ସମ୍ବନ୍ଧୀୟ କାରଣରୁ ସ୍ଥାନାନ୍ତରିତ ହୋଇଛନ୍ତି।

କେବଳ ଏତିକି ନୁହେଁ ଦେଶରେ ୯୮% ଲୋକଙ୍କର ପୂର୍ବ ଅପେକ୍ଷା ଭଲ ଶୌଚାଳୟ ସୁବିଧା ଅଛି। ଏଥିମଧ୍ୟରୁ ଗ୍ରାମାଞ୍ଚଳର ୯୭.୫ ପ୍ରତିଶତ ଲୋକ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି। ସର୍ବେକ୍ଷଣ ଅନୁଯାୟୀ, ଗ୍ରାମାଞ୍ଚଳର ୭୭.୪% ଲୋକ ସାବୁନ୍ କିମ୍ବା ଡିଟରଜେଣ୍ଟ ସାହାଯ୍ୟରେ ହାତ ଧୋଇବା ପାଇଁ ସୁବିଧା ପାଇଛନ୍ତି। ଦେଶର ମୋଟ ୬୩.୧ ପ୍ରତିଶତ ଏବଂ ଗ୍ରାମାଞ୍ଚଳର ମୋଟ ୪୯.୮ ପ୍ରତିଶତ ପରିବାର ଏଲପିଜି,ଗୋବର ଗ୍ୟାସ, ସୋଲାର କୁକର ଏବଂ ରନ୍ଧନ ପାଇଁ ବୈଦ୍ୟୁତିକ ଉପକରଣ ଉପରେ ନିର୍ଭର କରୁଛନ୍ତି ।

Get real time updates directly on you device, subscribe now.