କୋରାପୁଟରେ ଲଜ୍ଜା: ପ୍ରଥମେ ବନ୍ଧୁଙ୍କୁ ପିଟି ଦରମରା କଲେ ତା’ ପରେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ପାହାଡ଼ ଉପରକୁ ଟେକିନେଲେ…
ନାବାଳିକାକୁ ଗଣବଳାତ୍କାର । ଆଜି କୋର୍ଟ ଫରୁୱାର୍ଡ ହେବେ ଅଭିଯୁକ୍ତ ।
କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଳଜ୍ଜା । ଯାତ୍ରା ଦେଖି ଯାଇଥିବାବେଳେ ଜଣେ ୧୪ ବର୍ଷୀୟା ନାବାଳିକାକୁ ଗଣବଳାକ୍ରାର । ଏହି ମାମଲାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ ।
ଆଜି ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯିବ । ଏହାପରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଆଇଆଇସି ସୁଜ୍ଞାନୀ ସାହୁ ।
ପୋଲିସ ସୂଚନା ମୁତାବକ ଗତ ଶନିବାର ରାତିରେ ଓଡ଼ିଆପେଣ୍ଠ ପଞ୍ଚାୟତର ବିରିଗୁଡ଼ା କଲୋନୀରେ ଅନୁଷ୍ଠିତ ହୋଇଥିଲା ବୁଢ଼ୀ ଠାକୁରାଣୀ ଯାତ୍ରା । ଯାତ୍ରା ଦେଖିବା ପାଇଁ ପର୍ଡ଼ିଗୁଡ଼ା ଅଞ୍ଚଳର ନାବାଳିକା ଜଣଙ୍କ ଗାଁର ଅନ୍ୟ କେତେଜଣଙ୍କ ସହ ସେଠାକୁ ଯାଇଥିଲେ ।
ଯାତ୍ରା ଦେଖିବା ପାଲଟିଲା କାଳ: ବିଳମ୍ବିତ ରାତିରେ ଜଣେ ବନ୍ଧୁ ସହ କିଛି ଦୂରରେ କଥା ହେଉଥିବାବେଳେ ସେଠାରେ ପହଞ୍ଚିଥିଲେ ୪ ଜଣ ଯୁବକ । ପ୍ରଥମେ ତାଙ୍କ ବନ୍ଧୁଙ୍କୁ ମାଡ଼ ମଡ଼ମାରୀ ଘାଇଲା କରିଦେଇଥିଲେ ଅଭିଯୁକ୍ତ । ଏହାପରେ ପାଖରେ ଥିବା ଏକ ପାହାଡ଼କୁ ନାବାଳିକାଙ୍କୁ ଉଠେଇ ନେଇ ଗଣବଳାକ୍ରାର କରିଥିଲେ ।
ଭୋର ହେବା ଆଗରୁ ନାବାଳିକାକୁ ସେଠାରେ ଛାଡ଼ି ଚମ୍ପଟ ମାରିଥିଲେ ଅଭିଯୁକ୍ତ । ସୋମବାର ପୀଡ଼ିତା ଏ ନେଇ ଥାନାରେ ଏତଲା ଦେଇଥିଲେ । ଏହାପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ ଧରିବାରେ ସଫ ହୋଇଛି ପୋଲିସ ।
ସୂଚନା ଅନୁସାରେ ନାବାଳିକା ୮ମ ଶ୍ରେଣୀର ଛାତ୍ରୀ । ଅଟକ ଅଭିଯୁକ୍ତ ରାୟଗଡ଼ାର ତୁଳସୀ ଛପର ଅଞ୍ଚର । ବୁଢ଼ୀଖାଇ ଯାତ୍ରା ଦେଖିବାକୁ ଏମାନେ ଆସିଥିବାବେଳେ ଘଟଣା ସମୟରେ ମଦପିଇ ନିଶାଶକ୍ତ ଅବସ୍ଥାରେ ଥିବା ପୋଲିସ କହିଛି ।