fbpx

ସ୍କୁଲକୁ ଆଣିଲା ପିସ୍ତଲ, ଶିକ୍ଷକଙ୍କୁ ଦେଖାଇ ଧମକ ଦେଲା ୮ ଶ୍ରେଣୀ ଛାତ୍ର !

ଅନେକ ସମୟରେ ପିଲାମାନେ ସ୍କୁଲକୁ ମୋବାଇଲ କିଛି ଏଭଳି ଜିନିଷ ନେଇ ଆସିଥାନ୍ତି, ଯାହାକୁ ସ୍କୁଲକୁ ଆଣିବା ଅନୁମତି ନଥାଏ । କିନ୍ତୁ କ’ଣ କେବେ ଆପଣ ଶୁଣିଛନ୍ତି କି କେହି ପିଲା ସ୍କୁଲକୁ ବନ୍ଧୁକ ଧରି ଆସିବା, ଖାଲି ସେତିକି ନୁହେଁ ସେହି ବନ୍ଧୁକକୁ ଶିକ୍ଷକଙ୍କୁ ଦେଖାଇ ଡରାଇବା ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ବିଳାସପୁରର ଏକ ହାଇସ୍କୁଲରେ । ଯେଉଁଠାରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଶିକ୍ଷକଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ମିଳୁଥିବା ଟଙ୍କା ସାଙ୍ଗେ ସାଙ୍ଗେ ଦେବାକୁ କହି ତାଙ୍କୁ ବନ୍ଧୁକ ଦେଖାଇଥିଲେ ଏବଂ ଧମକାଇଥିଲେ । ଯାହାପରେ ସ୍କୁଲ ହେଡମାଷ୍ଟର ତାଙ୍କୁ ମିଟିଂ ପରେ ଟଙ୍କା ଦେବାପରେ କହିଥିଲେ ।

ଏହି ଘଟଣା ପରେ ସ୍କୁଲରେ ଆତଙ୍କ ଖେଳିଯାଇଥିଲା । ସ୍କୁଲ କମିଟି ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ୍ ସ୍କୁଲରେ ପହଞ୍ଚି ପିଲାଠାରୁ ବନ୍ଧୁକ ଜବତ କରିବା ସହ ଛାତ୍ରକୁ ନିଜ ହେପାଜତକୁ ନେଇଥିଲେ । ଏହି ମାମଲାର ଛାନବିନ୍ କରୁଛି ପୋଲିସ ।

Get real time updates directly on you device, subscribe now.