fbpx

ମୋବାଇଲ ପାଇଁ ବିଷ ପିଇଲା ଅଷ୍ଟମ ଶ୍ରେଣୀର ଛାତ୍ର, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କେଉଁଝର : ମୋବାଇଲ ପାଇଁ ବିଷ ପିଇଲା ୮ମ ଶ୍ରେଣୀର ଜଣେ ଛାତ୍ର । ଆଗରୁ ଏପରି ଅନେକ ଘଟଣା ଆପଣ ଦେଖିଥିବେ ମୋବାଇଲ ପାଇଁ ଲୋକମାନେ କି କି ପଦକ୍ଷପ ନେଉଛନ୍ତି । ଦେଖିବାକୁ ଗଲେ ଯେବେ ଠାରୁ ସ୍ମାର୍ଟ ଫୋନ ଲଞ୍ଚ ହୋଇଛି ସେବେଠାରୁ ଲୋକମାନେ ତାଙ୍କ ଚର୍ତୁପାଶ୍ୱର ଦୁନିଆକୁ ଭୂଲି ନିଜ କାମରେ ବ୍ୟସ୍ତ ରହୁଛନ୍ତି । ଏହି ମୋବାଇଲ ପାଇଁ ଅନେକ ଆତ୍ମହତ୍ୟା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ପିଲାମାନେ ମୋବାଇଲ ବ୍ୟବହାର ଏତେ ପରିମାଣର କରୁଛନ୍ତି ଯାହା ସେମାନଙ୍କ ପାଇଁ ଖରାପ । ପିଲାମାନଙ୍କ ପାଇଁ ମୋବାଇଲରେ ଗେମ ଖେଳିବା ଯେପରି ଏକ ନିଶା ହୋଇଯାଇଛି ।

ପୁଣି ଏକ ସେହି ପରିଘଟଣା ସାମ୍ନାକୁ ଆସିଛି । ମୋବାଇଲ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଛି ଆଉ ଜଣେ ଛାତ୍ର । କେଉଁଝର ଜିଲ୍ଲାର ସଦର ଥାନା ବରଦାପାଳ ଗ୍ରାମରେ ଯୋଶଦା ମୁଣ୍ଡାଙ୍କ ପୁଅ ସିପୁନ ମୁଣ୍ଡା ତା’ର ବାପାଙ୍କ ମୋବାଇଲରେ ଖେଳୁଥିଲା । ମା’ ମନା କରିବାରୁ ବିଷ ପିଇଥିଲା ଛାତ୍ର । ଏହା ପରେ ଛାତ୍ର ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଠାରେ ଚିକିତ୍ସା ଦ୍ୱାରା ତାଙ୍କ ଅବସ୍ଥା ଠିକ ଥିବା ସୂଚନା ମିଳିଛି । ଗତ କାଲି ଛାତ୍ର ଜଣଙ୍କ ସ୍କୁଲରୁ ଫେରିବା ପରେ ମୋବାଇଲ ଧରି ଦେଖୁଥିଲେ । ପାଠ ନ ପଢି ମୋବାଇଲ କାହିଁକି ଦେଖୁଛୁ ବୋଲି ମା’ କହି ପୁଅ ହାତରୁ ମୋବାଇଲ ନେଇଯାଇଥିଲେ । ଏହା ପରେ ଛାତ୍ର ଜଣଙ୍କ ବିଷ ପିଇ ଜନ୍ତ୍ରଣାରେ ଛଟପଟ ହେବାରୁ ନାବଳକଙ୍କୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଛାତ୍ର ଜଣଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.