fbpx

ଓଡିଶାବାସୀ ପାଇବେ ୯ ଲକ୍ଷ ଆବାସ ଘର: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ନିଷ୍ପତ୍ତି

Advertisement

ଭୁବନେଶ୍ୱର: ଖୁବଶୀଘ୍ର ଗରିବ ଖଟିଖିଆଙ୍କ ମୁଣ୍ଡ ଉପରେ ତିଆରି ହେବ ପକ୍କା ଛାତ । ରାଜ୍ୟରେ ରାଜ୍ୟବାସୀଙ୍କୁ ସେମାନଙ୍କର ୯ ଲକ୍ଷ ଆବାସ ଘର ବଣ୍ଟାଯିବ ବୋଲି ଘୋଷଣା କରାଯାଇଛି । ଓଡିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର ଖୁବଶୀଘ୍ର ପ୍ରକୃତ ହିତାଧିକାରୀଙ୍କୁ ସରକାରଙ୍କ ତରଫରୁ ବାଣ୍ଟି ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ଏହା ଉପରେ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏ ନେଇ ସୂଚନା ଦେଇଛନ୍ତି ।

ଏହାସହିତ ରାଜ୍ୟର ପ୍ରତିଟି ବ୍ଲକରେ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ କରାଯିବ । ସେହିପରି କିଛି ସମୟ ପୂର୍ବରୁ ପରିବହନ ସଚିବ ଉଷା ପାଢୀ ମଧ୍ୟ ଓଡିଶାବାସୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସରକାରଙ୍କ “ମୋ ବସ୍’ ସେବା ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ‘ଲକ୍ଷ୍ମୀ’ ସ୍କିମରେ ଗ୍ରାମାଞ୍ଚଳକୁ ଏହି ପରିବହନ ସୁବିଧା ପହଞ୍ଚାଇବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ପ୍ରଥମ ଫେଜରେ ପାଇଲଟ ପ୍ରୋଜେକ୍ଟରେ ୬ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ଏହା ଅନ୍ୟାନ୍ୟ ଜିଲ୍ଲାରେ ଚାଲିବ । ସେହି ୬ଟି ଜିଲ୍ଲାର ନାମ ହେଉଛି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ମୋ ବସ୍ ଚାଲିବାର ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରାକାରଙ୍କ ଏପରି ନିଷ୍ପତ୍ତି ପାଇଁ ଗ୍ରାମବାସୀ ଖୁସି ଅଛନ୍ତି । ଉପରୋକ୍ତ ୬ଟି ଜିଲ୍ଲାରେ ଲୋକମାନେ ଯାତାୟତ କରିବାରେ ଅନେକ ଆସୁବିଧା ଭୋଗ କରୁଥିଲେ । ତେଣୁ ସେମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.