fbpx

ଟ୍ରକ୍-ଅଟୋ ରିକ୍ସା ସାମନା-ସାମନି, ୯ ମୃତ

ଗୌହାଟି: ଆସାମରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଯାଇଛି । ଟ୍ରକ୍ ଓ ଅଟୋରିକ୍ସା ଧକ୍କା ହେବାଫଳରେ ଏହି ବଡ଼ୁ ଧରଣର ଦୁର୍ଘଟଣା ଘଟିଯାଇଥିବା ସୂନଚା ରହିଛି । ଯାହାପରେ ଏହି ଦୁର୍ଘଟଣାରେ ୯ ଜଣଙ୍କ ପ୍ରାଣ ଚାଲିଯାଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍ ଜଣକ ଗାଡ଼ି ଛାଡି ଫେରାର୍ ହୋଇଯାଇଛି । ଏଥିରେ ଅଟୋ ରିକ୍ସାଟି ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଯାଇଛି । ତେବେ ଘଟଣା ପରେ ସ୍ଥାନୀୟ ଲୋକମାନେ ପୋଲିସ୍ କୁ ଜଣାଇଥିଲେ । ପୋଲିସ୍ ଓ ପ୍ରଶାସନ ମିଶି ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

ଏହି ଘଟଣାର ସୂଚନା ଦେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଟ୍ରକ୍ ଡାଇଭର୍ ଜଣକ ଘଟଣା ପରେ ଫେରାର୍ ହୋଇଯାଇଛି । ତାକୁ ପୋଲିସ୍ ଖୋଜାଖୋଜି କରୁଛି । ସୂଚନା ଥାଉ ଯେ, ଏହା ପୂର୍ବରୁ ବୁଧବାର ଦିନ ରାଜସ୍ଥାନର ବାଡମେର୍ ଜିଲ୍ଲାରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଯାଇଥିଲା । ଏଥିରେ ୧୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଏଥିସହିତ ୩୮ଜଣ ଆହତ ହୋଇଥିଲେ ।

ଏହି ଘଟଣାଟି ଗୋଟିଏ ବସ୍ ଓ ଟ୍ରକ୍ ଧକ୍କା ହେବା ଫଳରେ ହୋଇଥିଲା । ଟ୍ରକ୍ ଓ ବସ୍ ସାମନା ସାମନି ଧକ୍କା ହେବାଫଳରେ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ୍ ଓ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ନେତା ମାନେ ଦୁଃଖ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.