fbpx

ପୂର୍ବତଟ ରେଳପଥରେ ଚାଲିବ ୯ ଯୋଡ଼ା ବିଶେଷ ଟ୍ରେନ, ଜାଣନ୍ତୁ ଚଳାଚଳାର ତାରିଖ ଓ ସମୟ..

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତଟ ରେଳପଥ ମଧ୍ୟରୁ ଏବଂ ଏହାର ପରିସୀମା ମଧ୍ୟ ଦେଇ ୯ ଯୋଡ଼ା ବିଶେଷ ଟ୍ରେନ ପରବର୍ତ୍ତୀ  ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଏହି ବିଶେଷ ଟ୍ରେନ ଗୁଡିକ ମଧ୍ୟରୁ ହାଓଡ଼ା- ଟିଟିଲାଗଡ଼-ହାଓଡ଼ା ଇସ୍ପାତ ବିଶେଷ ଟ୍ରେନ, ରାଉରକେଲା-ଜଗଦଳପୁର ରାଉରକେଲା ବିଶେଷ ଟ୍ରେନ ଏବଂ ରାଉରକେଲା- ଗୁଣୁପୁର – ରାଉରକେଲା ରାଜ୍ୟରାଣୀ ବିଶେଷ ଟ୍ରେନ ନିମ୍ନ ଅନୁଯାୟୀ ଚଳାଚଳ କରିବ ।

୦୨୫୧୭/୦୨୫୧୮ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ବିଶେଷ ଇସ୍ପାତ ଏକ୍ସପ୍ରେସ ୨୫ ଜୁନ୍‌ ଠାରୁ ହାଓଡ଼ାରୁ ପ୍ରତିଦିନ ସକାଳ ୬ଘ.୩୫ମି. ରେ ଛାଡିବାକୁ ଥିବା ବେଳେ ୨୬ ଜୁନ୍‌, ୨୦୨୧ ଠାରୁ ଟିଟିଲାଗଡ଼ରୁ ଭୋର ୫ଘ.୧୫ମି.ରେ ଛାଡି ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

୦ ୮ ୧ ୦ ୭ / ୦ ୮ ୧ ୦ ୮ ରାଉରକେଲା-ଜଗଦଳପୁରରାଉରକେଲା ବିଶେଷ ଟ୍ରେନ ରାଉରକେଲାରୁ ଜୁନ ମାସ ୨୮ ତାରିଖ ଠାରୁ ପ୍ରତିଦିନ ସନ୍ଧ୍ୟା ୬ଘ.୨୦ମି.ରେ ଛାଡିବାକୁ ଥିବାବେଳେ ଏହା ଜଗଦଳପୁରରୁ ଜୁନ ମାସ ୨୯ ତାରିଖ ଠାରୁ ଅପରାହ୍ନ ୨ଘ.୧୦ମି.ରେ ଛାଡି ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

୦୮୧୨୭/୦୮୧୨୮ ରାଉରକେଲା-ଗୁଣୁୁର-ରାଉରକେଲା ରାଜ୍ୟରଣୀ ବିଶେଷ ଟ୍ରେନ ରାଉରକେଲାରୁ ଜୁନ ମାସ ୨୭ ତାରିଖ ଠାରୁ ପ୍ରତି ରବି, ମଙ୍ଗଳ ଓ ଗୁରୁବାର ଦିନମାନଙ୍କରେ ରାତ୍ରି ୯ଘ.୫୦ମି.ରେ ଛାଡିବାକୁ ଥିବାବେଳେ ଏହା ଗୁଣୁୁରରୁ ଜୁନ ମାସ ୨୮ ତାରିଖ ଠାରୁ ପ୍ରତି ସୋମ, ବୁଧ ଓ ଶୁକ୍ରବାର ଦିନମାନଙ୍କରେ ଅପରାହ୍ନ ୩ଘ.୩୦ମି.ରେ ଛାଡି ପରବର୍ତୀ ପରାମର୍ଶ ପିଥଆର୍ଯ୍ୟନ୍ତ ଚଳାଚଳ କରିବ ।

Get real time updates directly on you device, subscribe now.