fbpx

କଣ୍ଟେନରରୁ ୯୦୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଜବତ, ଆଫଗାନିସ୍ତାନରୁ ଭାରତ ଆସୁଥିଲା ଧଳାଜହର

ଅହମଦାବାଦ: ଗୁଜରାଟର କଚ୍‌ ଅନ୍ତର୍ଗତ ମୁନ୍ଦ୍ରା ବନ୍ଦରରୁ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ୍‌ (ଡିଆରଆଇ) ପ୍ରାୟ ୯୦୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଥିବା କେତୋଟି କଣ୍ଟେନର ଜବତ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି । ଏସବୁ ଚୋରାରେ ଆଫଗାନିସ୍ତାନରୁ ଆସିଥିବା କୁହାଯାଉଛି । ତଲାସ ପାଇଁ ସରକାରୀ କର୍ତ୍ତୃକ୍ଷମାନେ ଆମଦାନି କରାଯାଇଥିବା କେତେକ ସାମଗ୍ରୀକୁ ଅଟକାଇ ଥିଲେ । ସେଗୁଡ଼ିକୁ ଯାଞ୍ଚ କରିବା ସମୟରେ ଜାଣିବାକୁ ପାଇଲେ ଯେ, ଟାଲ୍‌କମ୍‌ ପାଉଡର ନାଁରେ କୋଟି କୋଟି ଟଙ୍କାର ମାଦକଦ୍ରବ୍ୟ ଆମଦାନି କରାଯାଉଛି । ଆନ୍ଧ୍ରାପ୍ରଦେଶର ବିଜୟୱାଡ଼ାରେ ଥିବା ଆଶି ଟ୍ରେଡିଙ୍ଗ୍‌ ଫାର୍ମ ଉକ୍ତ କଣ୍ଟେନରଗୁଡ଼ିକୁ ଆଫଗାନିସ୍ତାନରୁ ମୁନ୍ଦ୍ରା ବନ୍ଦରକୁ ଆଣିଥିବା କୁହାଯାଉଛି । କିନ୍ତୁ, ଆମଦାନି କରାଯାଇଥିବା ସାମଗ୍ରୀ ଟାଲ୍‌କମ୍‌ ପାଉଡର ବୋଲି ଉପରୋକ୍ତ ଫାର୍ମ ଘୋଷଣା କରିଥିଲା ।

ପ୍ରାପ୍ତ ସୂଚନା ଅନୁସାରେ, ଆଫଗାନିସ୍ତାନର କାନ୍ଦାହାରରେ ଥିବା ହସନ୍‌ହୁସେନ୍‌ ଲିମିଟେଡ୍‌ ନାମକ ପ୍ରତିଷ୍ଠାନ ଏହାକୁ ରପ୍ତାନି କରିଛି । ଗତ ୫ ଦିନ ହେବ ଡିଆର୍ଆଇ ଏବଂ କଷ୍ଟମ୍‌ ସେଠାରେ ତଲାସ ଅଭିଯାନ ଚଳାଇଛି ।

Get real time updates directly on you device, subscribe now.