fbpx

ଡ୍ରେନ୍‌ ପାଣିରେ ଭାସଗଲା ପୁଅ, ଝୁରି ଝୁରି ମା’ ଆଖିରୁ ଶୁଖୁନି ଲୁହ…

ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ରବିବାର ଅପରାହ୍ନରେ ଜଣେ ୧୫ ବର୍ଷିୟ ଛାତ୍ର ଡ୍ରେନ ପାଣିରେ ଭାସିଯିବା ଘଟଣା ରାଜଧାନୀବାସୀଙ୍କ ମନରେ ଦୁଃଖ ଭରିଦେଇଛି । ଅପରାହ୍ନରେ ଛାତ୍ର ଜଣଙ୍କ ଡ୍ରେନ ପାଣିରେ ଭାସିଯାଇଥିବାବେଳେ ତାର କୌଣସି ପତ୍ତା ମିଳିପାନାହିଁ । ଏହିରି ଏକ ଅଭାବନୀୟ ଘଟଣା ଶିରିୁର ଶତାଦ୍ଦିଗର ବ୍ୟାଙ୍କ କଲୋନୀରେ ଦେଖିବାକୁ ମିଳିଛି । ତେବେ ଛାତ୍ର ଜଣଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସୁଦ୍ଧା ବିଫଳ ହୋଇଛି । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ସୁଦ୍ଧା ଛାତ୍ର ଜଣଙ୍କୁ ଠାବ କରିବାରେ ମଧ୍ୟ ବିଫଳ ହୋଇଥିଲେ । ସେପଟେ ପୁଅକୁ ପରିବାର ଲୋକେ ନପାଇ ଦୁଃଖରେ ଭାଙ୍ଗିଡିଥିବାବେଳେ ମା’ ଆଖିରୁ ଶୁଖିନି ଲୁହ । ପାଣିରେ ଭାସିଯାଇଥିବା ଛାତ୍ରଜଣଙ୍କ ହେଲେ ବରମୁଣ୍ଡା ପାଲାମଣ୍ଡପ ଅଞ୍ଚଳର ଜ୍ୟୋତିର୍ମୟ ବେହେରା ବୋଲି ଜଣାପଡିଛି । ଏହି ଘଟଣା ଘଟିବା ପରେ ଉଭୟ କଂଗ୍ରେସ ଓ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିବାବେଳେ ପ୍ରଶାସନକୁ ଟାର୍ଗେଟ କରିଛି ।

‘ମମି ମୁଁ ୫ମିନିଟ୍‌ରେ ଆସୁଛି’…

ନିଖୋଜ ଛାତ୍ର ଜ୍ୟୋତିର୍ମୟର ଥିଲା ଶେଷ କଥା । ଟ୍ୟୁସନ ଯିବା ପୂର୍ବରୁ ସେ ତା’ ମା ସହ କଥା ହୋଇଥିଲା ମମି ମୁଁ ୫ମିନିଟ୍‌ରେ ଆସୁଛି । ପଣ୍ଡିତ ସାର୍‌ଙ୍କ ପାଖରୁ ପ୍ରୋଜେକ୍ଟ ଧରି । ଏହା ଥିଲା ଜ୍ୟୋତିର୍ମୟର ଶେଷ କଥା । ଏବେ ପୁଅ ଆଉ ନ ଫେରିବାରୁ ମା’ କୋହ ଭରା କଣ୍ଠରେ କାନ୍ଦି ପୁଅକୁ ଖୋଜିବା ସହ ତାର ଫେରିବା ବାଟକୁ ଚାହିଁ ରହିଛି । ମା’ ଯେତେ ଛାତି ପିଟି କାନ୍ଦିଲେ ବି ପୁଅ ଆଉ ଘରକୁ ନଫେରିବା ଯନ୍ତ୍ରଣାକୁ ଦ୍ୱିଗୁଣିକ କରିଦେଇଛି । ଏବେ ମା’ ଆଖିରୁ ଖାଲି ଲୁହ ବାହାରୁଥିବାବେଳେ ଏହା ତାଙ୍କ ପରିବାର ଓ ପାଖ ପଡୋଶୀ ବନ୍ଧୁ ପରିଜନଙ୍କୁ ବ୍ୟଥିତ କରିଛି । ଜ୍ୟୋତିର୍ମୟ ଜଣେ ମେଧାବୀ ଛାତ୍ର ଥିବାବେଳେ ତାଙ୍କ ବାପା ମଧ୍ୟ ପୁଅକୁ ନପାଇ ଭାଙ୍ଗି ଡିଛନ୍ତି ।

ଆଖି ଆଗରେ ଭାସିଗଲା ଜ୍ୟୋତିର୍ମୟ

ସମୟ ପାଖାପାଖି ୨.୩୦ ହେବ । ଠିକ୍‌ ଏହି ସମୟରେ ଶତାଦ୍ଦି ନଗରର ଏକ ଡ୍ରେନ ନିକଟରେ ଛାତ୍ର ଜ୍ୟୋତିର୍ମୟ ସାଇକେଲ ଯୋଗେ ଯାତ୍ରା କରୁଥିଲା । ହଠାତ୍‌ ତାର ଗୋଡ ଖସିଯିବାରୁ ଡ୍ରେନ ପାଣିରେ ସାଇକେଲ ସହ ଭାସିଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଥିଲେ । ସେହି ସମୟରେ ସେ ତାଙ୍କୁ ଉଦ୍ଧାର କରିବା ପାଇଁ ସାହସ ଜୁଟାଇପାରିନଥିଲେ । ଯେତେବେଳ ସେହି ସ୍ଥାନକୁ ପ୍ରତ୍ୟକ୍ଷଦର୍ଶୀ ଜଣଙ୍କ ଆସିଥିଲେ ସେତବେଳକୁ ଛାତ୍ର ଜଣଙ୍କ ଭାସିଯାଇଥିଲେ । ପାଣିର ସୁଅ କମିବା ପରେ ଘଟଣାସ୍ଥଳରୁ ସାଇକେଲଟି ଉଦ୍ଧାର ହୋଇଥିବାବେଳେ ଛାତ୍ର ଜ୍ୟୋତିର୍ମୟଙ୍କ ପତ୍ତା ନମିଳିବାରୁ ସମସ୍ତଙ୍କୁ ବ୍ୟଥିତ କରିଛି । ଏହି ଘଟଣା ପରେ ସେଠାରେ ମନ୍ତ୍ର ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.