ଗାଜାରେ ପରିସ୍ଥିତି ଅସମ୍ଭାଳ: ଘମାଘୋଟ ଲଢେଇରେ ଗଲାଣି ଏକାଧିକ ଜୀବନ, ଗାଜା ଛାଡି ପଳାଉଛନ୍ତି ଲୋକ…

ହମାସ ଦେଲା ବଡ ବୟାନ, ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲ ନାରାଜ୍‌...

ଓଡିଶା ଭାସ୍କର: ଗାଜାରେ ଚାଲିଛି ଘମାଘୋଟ ଲଢେଇ । ଇସ୍ରାଏଲ ଆର୍ମିଙ୍କ ଆକ୍ରମଣରେ ୯୧ ଜଣ ପାଲେଷ୍ଟାଇନ ବାସୀଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଏଥିରେ ଅନେକ ସଂଖ୍ୟକ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି ।

ମୃତକଙ୍କ ମଧ୍ୟରେ ଜଣେ ସାମ୍ବାଦିକ ରହିଥିବା ବେଳେ ୪୮ ଜଣ ଗାଜା ସହରର ଲୋକ ବୋଲି କୁହାଯାଉଛିା ରାତାରାତି ମିସାଇଲ୍ ମାଡରେ ଗାଜା ସହରର ଅନେକ ସ୍ଥାନରେ ବଡ ବଡ କୋଠା ଭୁଶୁଡିଯାଇଛିି । ଗୋଟିଏ ପଟେ ଗାଜା ସହରରେ ଖାଦ୍ୟ ସଙ୍କଟ ବଢୁଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଛି ।ମାତ୍ର ଯୁଦ୍ଧ ପରିସ୍ଥିତିରେ କୌଣସି ପରିବର୍ତନ ଦେଖାଦେଉନାହିଁ ।

ବିଶ୍ୱର ଅନେକ ବଡ ବଡ ଦେଶ ଏଥିରେ ହସ୍ତକ୍ଷେପ କରି ଯୁଦ୍ଧ ବନ୍ଦ କରିବାର ପ୍ରତିଶ୍ରୁତି ଦେଉଥିବା ବେଳେ ସେପରି କିଛି ପରିବର୍ତନ ଦେଖାଦେଉନାହିାଁ

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜାରେ ଯୁଦ୍ଧ ବନ୍ଦ କରିବା ନେଇ ହମାସ ସହ ଆଲୋଚନା କରିବା ପାଇଁ କହିଥିଲେ । ମାତ୍ର ଟ୍ରମ୍ପ ଓ ହମାସ ସଂଗଠନ ଭିତରେ ଏନେଇ କିଛି ଆଲୋଚନା ହୋଇନଥିବା ହମାସ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।