ନୂଆଦିଲ୍ଲୀ: ଯୁବପିଢୀମାନେ ଦେଶ ପାଇଁ ଅନେକ ପଦକ ଜିତି ଦେଶକୁ ଗୌରବାନ୍ୱିତ କରୁଛନ୍ତି । ଏହି କ୍ରମରେ ଏବେ ଭାରତ ପାଇଁ ଆସିଛି ଆଉ ଏକ ଗୌରବର ସମୟ । କାରଣ ଜଣେ ୯୪ ବର୍ଷିୟ ବୃଦ୍ଧା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଯେଉଁ ବୟସରେ ଲୋକେ ଠିକ୍ ରେ ଉଠିବସି ପାରନ୍ତି ନାହିଁ ସେହି ବୟସରେ ବିଦେଶରେ ତିରଙ୍ଗାର ମାନ ବଢ଼ାଇଛନ୍ତି ।
ଭଗୱାନୀ ଦେବୀ ଡଗର ନାମକ ଜଣେ ବୃଦ୍ଧା ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୨ରେ ହେଉଥିବା ୧୦୦ ମିଟର ଦୌଡ଼ରେ ଉତ୍ତୀର୍ଣ୍ଡ ହୋଇ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି । ୨୪.୭୪ ସେକେଣ୍ଡ ମଧ୍ୟରେ ସମସ୍ତଙ୍କୁ ପଛରେ ପକାଇ ୧୦୦ ମିଟର ଦୌଡ଼ ପ୍ରତିଯୋଗୀତାରେ ବିଜୟ ହାସଲ କରିଛନ୍ତି ।
ଫିନଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚମ୍ପିଆନସିପରେ ଭଗୱାନୀ ଦେବୀ ଦୁଇଟି ତାମ୍ର ପଦକ ଜିତିଥିବା ମଧ୍ୟ ସୂଚନା ରହିଛି । ତେବେ ସମସ୍ତ ବୃଦ୍ଧ ଓ ବୃଦ୍ଧା ଘରେ ବିଶ୍ରାମ ନେଉଥିବା ସମୟରେ ଭଗୱାନୀ ଦେବୀଙ୍କର ଏହି ଚମତ୍କାର ପ୍ରଦର୍ଶନ ସମସ୍ତଙ୍କୁ ବିସ୍ମିତ କରିଛି । ସେହିପରି ତାଙ୍କର ଏହି ସଫଳତାରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
94-year-old Bhagwani Devi Dagar won a gold and 2 bronze for India at the World Masters Athletics championships 2022 in Finland, yesterday pic.twitter.com/JRPZrBDSAK
— ANI (@ANI) July 11, 2022