fbpx

ରାଜଧାନୀବାସୀ ଘରେ ଘରେ CCTV ଲଗାନ୍ତୁ, ଆଉ ଖସି ପାରିବେନି ଚୋର: କମିଶନରେଟ୍ ପୋଲିସ ଜାରି କଲା ହେଲପ୍ ଲାଇନ ନମ୍ବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟର ସହରାଞ୍ଚଳରେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଚୋରି, ଡକାୟତି, ଲୁଟ, ରାହାଜାନି, ହତ୍ୟା ସତେ ଯେମିତି ରାଜଧାନୀବାସୀଙ୍କୁ ଗ୍ରାସ କରିନେଇଛି । ଯେତେ ପଦକ୍ଷେପ ନେଲେ ମଧ୍ୟ ଅପରାଧୀମାନେ ଚତୁରତାର ସହ ଚମ୍ପଟ୍ ମାରିବାରେ ସଫଳ ହେଉଛନ୍ତି । ପୋଲିସ ଅପରାଧୀଙ୍କୁ ଧରିବା ତ ଦୂରର କଥା, ସେମାନଙ୍କ ବିଷୟରେ ସାମାନ୍ୟ ସୁରାକ୍ ମଧ୍ୟ ପାଇ ପାରୁନାହିଁ ।

ତେବେ ଅପରାଧୀଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଅପରାଧୀଙ୍କୁ ଧରିବାକୁ ହେଲେ ସହରବାସୀଙ୍କ ସହଯୋଗ ନିହାତି ଜରୁରୀ । ତେଣୁ ଘରେ ଘରେ ସିସିଟିଭି ଲଗାଇବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ଭୁବନେଶ୍ୱରର ଅଧିକାଂଶ ଲୋକ ନିଜ ନିଜର କର୍ମ ସଂସ୍ଥାନ କାର୍ଯ୍ୟରେ ବ୍ୟସ୍ତ ରହି ଘର ବାହାରେ ରହୁଥିବାରୁ ଏହାର ସୁଯୋଗ ନେଇ ଅପରାଧୀମାନେ ସବୁ ଲୁଟ୍ କରି ନେଉଛନ୍ତି ।

ଏପରିସ୍ଥଳେ ପୋଲିସ ଅପରାଧୀଙ୍କର ଟେର୍ ପାଇ ପାରୁନାହିଁ । ତେବେ ଅପରାଧ ଘଟାଇବାର କୌଣସି ପ୍ରମାଣ ରହୁ ନଥିବାରୁ ସେମାନଙ୍କୁ ଧରିବା ପୋଲିସ ପାଇଁ କାଠିକର ପାଠ ହେଉଛି । ତେବେ ଅପରାଧୀଙ୍କୁ ଧରିବା ପାଇଁ ସିସିଟିଭି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ । ତେଣୁ ସମସ୍ତ ଘରେ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ଉନ୍ନତମାନର ସିସିଟିଭି ଲଗାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ଅପରାଧ ସମ୍ପର୍କିତ ସୂଚନା ପାଇଁ ପୋଲିସ ପକ୍ଷରୁ ହେଲପ୍ ଲାଇନ୍  ହ୍ୱାଟସଆପ୍ ନମ୍ବର ୭୦୭୭୭୯୮୧୧୧ ଜାରି କରାଯାଇଛି ।

Get real time updates directly on you device, subscribe now.