fbpx

Sex ପାଇଁ ବଢ଼ୁଛି Monkeypox: ଯୌନ କାର୍ଯ୍ୟକଳାପ ଯୋଗୁଁ ୯୫ ପ୍ରତିଶତ ସଂକ୍ରମଣ ବ୍ୟାପୁଛି, ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ମଙ୍କିପକ୍ସକୁ ନେଇ ଆଶଙ୍କା ଜାରି ରହିଛି । ତେବେ ମଙ୍କିପକ୍ସକୁ ନେଇ ଅନେକ ସମୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ନିକଟରେ ମଙ୍କିପକ୍ସକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ୯୫ ପ୍ରତିଶତ ମଙ୍କିପକ୍ସ କେସ୍ ସେକ୍ସୁଆଲ ଆକ୍ଟିଭିଟି କାରଣରୁ ବ୍ୟାପୁଥିବା ରିସର୍ଚ୍ଚରୁ ଜଣାପଡ଼ିଛି ।

ଦିନକୁ ଦିନ ବିଶ୍ୱ ସ୍ତରରେ ମଙ୍କିପକ୍ସ ବଢ଼ିବାରେ ଲାଗିଛି । ଗତ ସପ୍ତାହରେ ୬ଟି ଦେଶରେ ୧୪ ହଜାର ମାମଲା ଚିହ୍ନଟ ହୋଇଛି । ଗତ ଏପ୍ରିଲ ୨୭ରୁ ଜୁନ ୨୪ ମଧ୍ୟରେ ଏହା ୧୬ଟି ଦେଶକୁ ବ୍ୟାପିବା ସହ ମୋଟ ୫୨୮ଟି ମାମଲା ଚିହ୍ନଟ ହୋଇଥିଲା । ଜରୁରୀକାଳୀନ ଭିତ୍ତିରେ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହା ଏକ ବିରଳ ଭାଇରାଲ ରୋଗ । ଏହା ମଧ୍ୟ ଓ ପଶ୍ଚିମ ଆଫ୍ରିକାର ରେନଫରେଷ୍ଟ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପିଛି ।

ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲରେ ମଙ୍କିପକ୍ସକୁ ନେଇ ଏକ ନୂଆ ରିପୋର୍ଟ ପ୍ରକାଶ ପାଇଛି । ୯୫ ପ୍ରତିଶତ ମଙ୍କିପକ୍ସ କେସ ସେକ୍ସୁଆଲ ଆକ୍ଟିଭିଟି କାରଣରୁ ବ୍ୟାପୁଥିବା ସେଥିରେ ଦର୍ଶାଯାଇଛି । ଶାରୀରିକ କ୍ଷେତ୍ରରେ ଗଭୀର ଭାବେ ପରସ୍ପର ସଂସ୍ପର୍ଶରେ ଆସିଲେ ଏହା ସଂକ୍ରମିତ ହୋଇଥାଏ ବୋଲି କୁହାଯାଇଛି ।

ତେବେ ଜଣାପଡ଼ିଛି ଯେ, ମୋଟ ମଙ୍କିପକ୍ସ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ୯୮ ପ୍ରତିଶତ ବାଇସେକ୍ସୁଆଲ ପୁରୁଷ ଓ ଗେ । ୪୧ ପ୍ରତିଶତ ଏଚଆଇଭି ସଂକ୍ରମିତ ୩୮ ବର୍ଷୀୟ ମହିଳା ମଧ୍ୟ ରହିଛନ୍ତି । ଯଦିଓ ସେକ୍ସୁଆଲ ଆକ୍ଟିଭିଟି କାରଣରୁ ସଂକ୍ରମଣ ବ୍ୟାପୁଥିବା ଜଣାପଡ଼ିଛି ତେବେ ଏହା କ୍ଲୋଜ ଫିଜିକାଲ କଣ୍ଟାକ୍ଟ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.