fbpx
BSKY
BJD MC SKY
BJD YOUTH SKY

ପୁଣିଥରେ ନିବେଦନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ , ରାତି ୯ଟାରେ ୯ମିନିଟ ପାଇଁ ଲାଇଟ୍ ବନ୍ଦ

ନୂଆଦିଲ୍ଲୀ, ୫ା୪: ଗତ କିଛି ଦିନ ତଳେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିବେଦନ କରିିଥିଲେ । ସେ ଆଜି ରାତି ୯ଟାରେ ୯ମିନିଟ ପାଇଁ ଘରର ଲାଇଟ ବନ୍ଦ ରଖିବାକୁ ନିବେଦନ କରିଥିଲେ । ସେହି ୯ମିନିଟ ବାଲକୋନି କିମ୍ବା ଘର ବାରଣ୍ଡାରେ ଦୀପ, ମହମବତି ଜଳାଇବାକୁ ସେ ଅନୁରୋଧ କରିିଥିଲେ । ଏହି ନିବେଦନକୁ ଆଉ ଥରେ ଟ୍ୱିଟର ମାଧ୍ୟମରେ ଦେଶବାସୀଙ୍କୁ ମନେ ପକାଇଛନ୍ତି । ଏହାସହ ସେ କହିଛନ୍ତି ଯେ କେବଳ ଲାଇଟ ବନ୍ଦ ରହିବ ଓ ଅନ୍ୟାନ୍ୟ ବୈଦୁତିକ ଉପକରଣ ଚାଲୁ ରହିବ । ଜରୁରୀ ସେବା ଯୋଗାଉଥିବା କାର୍ଯ୍ୟାଳୟରେ ଲାଇଟ୍ ବନ୍ଦ ହେବ ନାହିଁ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟିଟ୍ ଲାଇଟ୍ ମଧ୍ୟ ବନ୍ଦ ହେବନି ।

Get real time updates directly on you device, subscribe now.