fbpx
BSKY SKY
BSKY SKY

କରୋନା ଭୟରେ ଛାନିଆ ହୋଇ ଆତ୍ମହତ୍ୟା କଲେ ମହିଳା ଅଧିକାରୀ

BSKY

ଇଟାନଗର,୫ ।୪: ଅରୁଣାଚଳ ପ୍ରଦେଶର ଜଣେ ମହିଳା ଅଧିକାରୀ ଗତ ଶୁକ୍ରବାର ଦିନ ତାଙ୍କ ବାସଭବନରେ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଅଧିକାରୀଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, କରୋନା ଭାଇରସ୍ ସଙ୍କଟ ପରେ ଅଧିକ କାମକୁ ନେଇ ଚିନ୍ତିତ ଥିବା ସହ ଏହି ଭାଇରସରେ ସଂକ୍ରମଣ ହେବାର ଭୟ ଥିଲା ।’ ଏନେଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛିି ।

ପୋଲିସ ଅଧୀକ୍ଷକ ତୁମ୍ମେ ଏମୀ କହିଛନ୍ତି ଯେ, ପାପମ୍ ପାରେ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶେରିଙ୍ଗ ୟଙ୍ଗଜୋମ(୩୮) ଜିଲ୍ଲା ଡେପୁଟି କମିଶନରଙ୍କୁ ସମ୍ବୋଧିତ କରି ଏକ ଅସମ୍ପୂର୍ଣ୍ଣ ଇସ୍ତଫା ଲେଖିଥିଲେ ଓ ପରେ ବାଥରୁମରେ ଫାଶୀ ଦେଇଥିଲେ । ତେବେ ତାଙ୍କ କଠୋରୀରେ ଥିବା ଏକ ଟେବୁଲ ଉପରେ ଏହି ଚିଠି ମିଳିଥିବା ଏପସି କହିଛନ୍ତି । ପରିବାର ସଦସ୍ୟଙ୍କ କହିବା ମୁତାବକ, କୋଭିଡ-୧୯ ଯୋଗୁ କାର୍ଯ୍ୟ ଓ ଚାପର ପ୍ରଭାବ ତାଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଅଧିକ ପ୍ରଭାବିତ କରୁଥିଲା ।

Get real time updates directly on you device, subscribe now.