fbpx

କରୋନା ଭାଇରସ୍: କପଡ଼ା ,ମାସ୍କ, ରୁମାଲରେ ମୁହଁ ଘୋଡ଼ାନ୍ତୁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର, ୫ା୪(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହା ଖାଲି ଦେଶରେ ନୁହେଁ ବରଂ ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଏନେଇ ସଚେତନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ଲକ୍ଷଣ ବିନା କୋଭିଡ଼ ସଂକ୍ରମିତ ବ୍ୟକ୍ତି ଅନ୍ୟକୁ ସଂକ୍ରମିତ କରିପାରନ୍ତି । ତେଣୁ ବାହାରକୁ ଯିବା ବେଳେ କପଡ଼ା ମାସ୍କ କିମ୍ବା ରୁମାଲରେ ମୁହଁ ଘୋଡ଼ାଇ ରଖନ୍ତୁ । ବ୍ୟବହାର ପରେ ମାସ୍କକୁ ସଫା କରିବା ସହ ଖରାରେ ଶୁଖାନ୍ତୁ । ଏନେଇ ଟ୍ୱିଟର ମାଧ୍ୟମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ହାତକୁ ସଫା ରଖିବା ସହ ବାରମ୍ବାର ନାକ, ପାଟି ଓ ଆଖିରେ ହାତ ମାରନ୍ତୁ ନାହିଁ ।

Get real time updates directly on you device, subscribe now.