fbpx

୨୦କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି ସରକାର, ଜାଣନ୍ତୁ କିପରି ପାଇବେ ଟଙ୍କା

କିଛି ସମୟ ଧରି ଲୋକମାନେ କରୋନା ଭାଇରସକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ମୋଦୀ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଥିଲା । ଏଥିରେ ୨୦ କୋଟି ମହିଳାଙ୍କୁ ସରକାର ଜନ ଧନ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇବାରେ ଲାଗିଛନ୍ତି । ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟକୁ ମାସକୁ ୫୦୦ ଟଙ୍କା ଆସିବ । ଅର୍ଥାତ୍ ୩ ମାସରେ ପ୍ରତ୍ୟେକ ମହିଳାଙ୍କୁ ସରକାର ମୋଟ୍ ୧୫୦୦ ଟଙ୍କା ଦେବେ

କିନ୍ତୁ ସମସ୍ତଙ୍କୁ ଏକାସାଙ୍ଗରେ ଟଙ୍କା ପଠାଯାଉନାହିଁ । ଯେଉଁ ଜନଧନ ମହିଳା ଖାତାଧାରୀଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୦ ଓ ୧ , ସେମାନଙ୍କ ଆକାଉଣ୍ଟରେ ଏପ୍ରିଲ ୩ ସୁଦ୍ଧା ଟଙ୍କା ପଠାସରିଛି । ଏଥି ସହ ୨-୩ ନମ୍ବର ଆକାଉଣ୍ଟଧାରୀଙ୍କ ଖାତାରେ ଏପ୍ରିଲ ୪ରେ ଟଙ୍କା ପଠାଯାଇଛି । ଏହାପରେ ସାପ୍ତାହିକ ଛୁଟି ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିଛି ।

୪-୫ ଶେଷ ନମ୍ବର ଥିବା ମହିଳାଙ୍କୁ ଏପ୍ରିଲ ୭ରେ ଟଙ୍କା ପଠାଯିବ । ଏହା ପରେ ଯେଉଁ ଖାତାଧାରୀଙ୍କ ଆକାଉଣ୍ଟ ଶେଷରେ ୬ କି ୭ ରହିଛି, ସେମାନଙ୍କୁ ଏପ୍ରିଲ ୮ରେ ଟଙ୍କା ଦିଆଯିବ । ଶେଷ କିସ୍ତି ଏପ୍ରିଲ ୯ରେ ୮ ଓ ୯ ନମ୍ବରଥିବା ଆକାଉଣ୍ଟଧାରୀମାନଙ୍କୁ ଦିଆଯିବ । ତେଣୁ ଆପଣମାନେ ନିଜ ଖାତାର ଶେଷ ନମ୍ବର ଦେଖି ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଆନ୍ତୁ । ଏନେଇ ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ଟ୍ୱିଟ୍ କରି ସୂଚନା ଦେଇଛି ।

Get real time updates directly on you device, subscribe now.