fbpx

ଲ୍ୟାମସ କର୍ମଚାରୀଙ୍କ ଆନ୍ଦୋଳନ: ଆରଏମସି ଦ୍ଵାରା ଧାନ ମଣ୍ଡି ଉଦଘାଟିତ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଆରଏମସି ମଣ୍ଡି ପରିସରରେ ଆଜି ଧାନ ମଣ୍ଡି ର ଉଦଘାଟନ ହୋଇଯାଇଛି । ଏହି ମଣ୍ଡି ଉଦଘାଟନ ରେ ସ୍ଥାନୀୟ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,। ବ୍ଲକ ଅଧ୍ୟକ୍ଷା ବିନୋ ଗଣ୍ଡ, ଉପଧକ୍ଷା ବିଶ୍ଵନାଥ ଶିଲ, ତହସିଲଦାର, ଶକ୍ତି ମହାପାତ୍ର, ବ୍ଲକ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀ , 3 ନମ୍ୱର ଜିଲ୍ଲା ପରିଷଦ ସଭ୍ୟ ସୁଦର୍ଶନ ମାଝୀ, ସନ୍ତୋଷ ମହାପାତ୍ ଙ୍କ ସମେତ ଯୋଗାଣ ଅଧିକାରୀ ଦୀପକ କୁମାର୍ ପାତ୍ର, ଆର, ଏମ, ସି ର, ପେଶିଲାଲ ହଲୱା, ମହେଶ ହାଲୱ , ଭାଇ ରାମ୍ ହାଲୱା ଙ୍କସମେତ କେତେକ ଚାଷୀ ପ୍ରମୁଖ ଯୋଗଦେଇ ମଣ୍ଡି ଉଦଘାଟନ କରିଥିଲେ।

ପ୍ରକାଶ ଥାଉ କି ଲ୍ୟାମ୍ସସ କର୍ମଚାରୀଙ୍କ ଦୀର୍ଘ ଦିନ ଧରି 5ଦଫା ଦାବି ନେଇ ଅନିଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡ଼ାକରା ଦେଇଥିବା ବେଳେ ଚାଷୀ ମାନେ ଦୀର୍ଘ ଦିନ ହେବ ଟୋକେନ୍ ପାଈ ମଧ୍ୟ ମଣ୍ଡି ଉଦଘାଟନ ଅପେକ୍ଷା ରେ ରହିଥିଲେ। ବର୍ତ୍ତମାନ୍ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ନିୟନ୍ତ୍ରିତ ବଜାର କମିଟି ତଥା ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଆଜି ଉଦଘାଟନ କରାଯାଉଛି।

ଧାନ ଦର ସାଧାରଣ ପ୍ରତି କ୍ଵିଣ୍ଟାଲ ପିଛା fao 1940 ଟଙ୍କା ଓ କ ଶ୍ରେଣୀ ର ଧାନ କ୍ଵିଣ୍ଟାଲ ପିଛା faq, ଧାନ 1960 ଟଙ୍କା ଧାର୍ଯ୍ୟ କରାଯାଇଛି। ମଣ୍ଡି ଉଦଘାଟନ ପରେ କେତେକ ଚାଷୀ ଅଭିଯୋଗ କରିଥିଲେ ଯେ ଗତ ବର୍ଷ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଛୋଟ ବସ୍ତା ଅଧିକ ଟଙ୍କା ପଡ଼ୁଥିବାରୁ ଜରି ବସ୍ତାରେ ଧାନ ଆଣିବାକୁ କହିଥିଲେ ଚାଷୀ । ସେପଟେ ବିଧାୟକ ମଧ୍ୟ ଯେପରି ଚାଷୀଙ୍କର କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନଦେବାକୁ କହିଥିଲେ । ଏହା ସହ ମିଲର ମାନଙ୍କ ଉପରେ ମଧ୍ୟ ଜନର ଦେବାକୁ ତାଗିଦ୍ କରିଥିଲେ ।

 

 

Get real time updates directly on you device, subscribe now.