fbpx

ବ୍ରିଟେନରେ ରେକର୍ଡ କରୁଛି ଓମିକ୍ରନ୍, ୨୪ ଘଣ୍ଟାରେ ୯୩ ହଜାର ନୂଆ ମାମଲା; ଭାରତରେ ଆଲର୍ଟ ଜାରି

ନୂଆଦିଲ୍ଲୀ: ପୂରା ୟୁରୋପ ସମେତ ଦୁନିଆର ବିଭିନ୍ନ ସ୍ଥାନରେ କରୋନାର ନୂତନ ପ୍ରଜାତି ବ୍ୟାପିବାରେ ଲାଗିଛି । ସେପେଟ ବ୍ରିଟେନ୍ ରେ ରେକର୍ଡ କରିବାରେ ଲାଗିଛି ନୁତନ ଭାରିଆଣ୍ଟ୍ ଓମିକ୍ରନ୍ । ଗତ ତିନି ଦିନ ମଧ୍ୟରେ ସବୁ ରେକର୍ଡ କାଟିଦେଇଛି । ବ୍ରିଟିଶ୍ ସରକାରଙ୍କ ସୂଚନା ମୁତାବକ, ଶୁକ୍ରବାର ଦିନ ୨୪ ଘଣ୍ଟା ମଧ୍ୟରେ ୯୩ ହଜାର ୪୫ ଟି ନୂତନ ମାମଲା ସାମନାକୁ ଆସିଛି । ସେହିପରି ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୧୧୧ରେ ପହଞ୍ଚିଛି । ଏହାର ଗୋଟିଏ ଦିନ ପୂର୍ବରୁ ୮୮ ହଜାର ମାମଲା ସାମନାକୁ ଆସିଥିଲା ।

ଆକଳନ ଅନୁସାରେ, ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୧ କୋଟିରୁ ଅଧିକ ହୋଇଯାଇଛି । ଅନ୍ୟପଟେ ଏବେ ସୁଦ୍ଧା ୧ ଲକ୍ଷ ୪୭ ହଜାର ଲୋକ ପ୍ରାଣ ହରାଇ ସାରିଲେଣି । ତେବେ ବ୍ରିଟେନ୍ ର ଏହି ସ୍ଥିତିକୁ ଦେଖି ବିଭିନ୍ନ ଦେଶ ନିଜ ନାଗରିକ ମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି । ଆଟ୍ ରିସ୍କ ଦେଶରୁ ଫେରୁଥିବା ଯାତ୍ରୀଙ୍କ ଉପରେ ବିମାନବନ୍ଦରରେ କଡ଼ା ନଜର ରଖାଯାଉଛି । ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୁଳକ କରାଯାଇଛି ।

ତେବେ ଭାରତରେ ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦେଶରେ ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଏବେ ସୁଦ୍ଧା ୧୧୩ ଓମିକ୍ରନ୍ ମାମଲା ଚିହ୍ନଟ ହୋଇସାରିଲାଣି । ଶୁକ୍ରବାର ଦିଲ୍ଲୀରୁ କେବଳ ୧୦ ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି । ଏଥିସହ ଦିଲ୍ଲୀରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୪୦ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକ ଏବଂ ‌ତେଲେଙ୍ଗାନାରେ ୮ ଲେଖାଏଁ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି।

 

Get real time updates directly on you device, subscribe now.