fbpx

କ୍ରସର ୟୁନିଟରେ ଦୁର୍ଘଟଣା; ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ସାନଖେମୁଣ୍ଡି: ଆନ୍ଧ୍ରପ୍ରଦେଶର ଏକ କ୍ରସର ୟୁନିଟରେ କାମ କରୁଥିବା ବେଳେ ଦୁର୍ଘଟଣା ଘଟି ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଓ୍ବାରଙ୍ଗଲ ଅଞ୍ଚଳର ଏକ କ୍ରସରରେ ରାତ୍ରକାଳୀନ ସିଫ୍ଟରେ ଦୁହେଁ କାମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ସିଦ୍ଧିଖଣ୍ଡିର ପବିତ୍ର ବିଶାଇ ଓ ମୁନା ସ୍ୱାଇଁ । ଅସାବଧାନତା ହେତୁ ମେସିନ୍ ଖସି ପଡିବାରୁ ଦୁହେଁ ରକ୍ତାକ୍ତ ହୋଇ ପଡ଼ିବା ସହ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇ ଥିଲେ। ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଖବର ଜଣା ପଡ଼ିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Get real time updates directly on you device, subscribe now.