fbpx

(VIDEO) ତପସ୍ୱିନୀଙ୍କ ତପସ୍ୟାର ଦ୍ୱିତୀୟ ଅଧ୍ୟାୟ: ପୁଣି ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ବସିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସଂଘର୍ଷ କରିବାକୁ ପଡ଼ିବ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଥିବା ତପସ୍ୱିନୀ ଦାଶଙ୍କୁ । ଗତକାଲି ବ୍ରହ୍ମପୁର ଏସଡିଜେଏମ କୋର୍ଟ ତାଙ୍କର ଶୁଣାଣି ୨୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ତପସ୍ୱିନୀ ମଧ୍ୟ ଆସିକା ଚିନିଶିଳ୍ପ ଡାକ ବଙ୍ଗଳା କାଲି ଛାଡ଼ି ଆସିଥିଲେ । ତେଣୁ ତାଙ୍କ ପାଇଁ ସ୍ୱାମୀଙ୍କ ଘର ଏକମାତ୍ର ବାଟ । ପୁଣି ଦ୍ୱିତୀୟ ଥର ପାଇଁ ତପସ୍ୱିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ମିଶି ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ପ୍ରବଳ ଶୀତ, କାକରରେ ତପସ୍ୱିନୀଙ୍କ ଏହି ତପସ୍ୟା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି । ତପସ୍ୱିନୀ କେବେ ନ୍ୟାୟ ପାଇବେ ସେଇଟା ଅଲଗା କଥା, ମାତ୍ର ତାଙ୍କର ଏହି ତପସ୍ୟା ପାଇଁ ଆଜି ସେ ସମସ୍ତଙ୍କର ହୃଦୟକୁ ଜୟ କରିପାରିଛନ୍ତି ।

ଆସନ୍ତା ୨୦ ତାରିଖରେ ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ କୋର୍ଟ ହୁଏତ ତପସ୍ୱିନୀଙ୍କୁ ନ୍ୟାୟ ପ୍ରଦାନ କରିପାରନ୍ତି । ତେବେ ଅପରପକ୍ଷେ ସୁମିତ ସାହୁଙ୍କ ପକ୍ଷରୁ ଜିଲ୍ଲା କୋର୍ଟରେ ଏକ ପିଟିସନ ଦାୟର କରାଯାଇଛି । ଏହାର ଶୁଣାଣି ଆସନ୍ତା ୨୭ ତାରିଖରେ କରାଯିବ । ତେବେ ଆଜି ହେଉଛି ତପସ୍ୱିନୀଙ୍କ ଧାରଣାର ପ୍ରଥମ ଦିବସ । ଏନେଇ ତପସ୍ୱିନୀ କହିଛନ୍ତି, ‘ଏହା ହେଉଛି ମୋର ଶାଶୂ ଘର । ଏଇଠି ମୋର ସ୍ୱାମୀ, ଶାଶୂ ଓ ଶ୍ୱଶୁର ରହିଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ମୁଁ ଏଇଠି ବସି ରହିବି, ରୋଷେଇ କରି ଖାଇବି ।’ ତେବେ ସତରେ କ’ଣ ତପସ୍ୱିନୀଙ୍କୁ ତାଙ୍କ ଶାଶୂଘର ଲୋକେ ଆପଣାଇନେବେ ଆଉ ତପସ୍ୱିନୀ ନ୍ୟାୟ ପାଇବେ, ଏହା ହିଁ ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ ହୋଇ ରହିଛି ।

Get real time updates directly on you device, subscribe now.