fbpx

ଓମିକ୍ରନରେ ଚାଲିଯାଉଛି କି ଘ୍ରାଣଶକ୍ତି? ଜାଣନ୍ତୁ କ’ଣ ଉତ୍ତର ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶର ଅନେକ ରାଜ୍ୟରେ ପ୍ରବେଶ କରି ବ୍ୟାପିବାରେ ଲାଗିଛି । ଏହା ସହ ଓମିକ୍ରନର ଅନେକ ଲକ୍ଷଣ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଓମିକ୍ରନରେ ଘ୍ରାଣଶକ୍ତି ଚାଲିଯାଉଛି କି ସର୍ବସାଧାରଣରେ ପ୍ରଶ୍ନ ଉଠିଛି । ଏହାର ଉତ୍ତର ଦେବାକୁ ଯାଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ‘କରୋନା ଓମିକ୍ରନ ଭାରିଆଣ୍ଟରେ ଲକ୍ଷଣ ବଦଳିଛି । ସ୍ମେଲ ଯାଉନି, ଅଧିକ ଜ୍ୱର ଓ ଥଣ୍ଡା ହେଉନି । ତଣ୍ଟି ଦରଜ, ତଣ୍ଟି ବସିବା ଅଧିକ ହେଉଛି । ରୋକିବାକୁ ହେଲେ ଟିକା ନେବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାକୁ ପଡିବ ।’

ତେବେ ଓଡ଼ିଶାରେ ଘାରିଛି ଓମିକ୍ରନ ଚିନ୍ତା । କଟକରେ ୨ ବିଦେଶ ଫେରନ୍ତା କରୋନା ଆକ୍ରାନ୍ତଙ୍କୁ ନେଇ ବଢ଼ିଛି ଚିନ୍ତା । ଉଭୟ ବ୍ୟକ୍ତି ନାଇଜେରିଆରୁ ଫେରିଛନ୍ତି ବୋଲି ଜଣାପଡିଛି । ସେମାନଙ୍କର ନମୂନାକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା ବୋଲି ଜିଲ୍ଲା ପ୍ରଶାସନ କହିଛି । ୨ ନାଇଜେରିଆ ଫେରନ୍ତାଙ୍କଠାରୁ ଆଉ ୫ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.