fbpx

(ଭିଡ଼ିଓ)କେଉଁ ଆପ୍ଲିକେସନ୍ ଡାଉନଲୋଡ କଲେ ହେଉଛି ଅଧିକ ଠକେଇ? DCP ଦେଲେ ସମସ୍ତ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ବର୍ଷିକ ରିପୋର୍ଟ ପ୍ରକାଶ ପାଇଛି । ବର୍ଷକରେ ରାଜ୍ୟରୁ ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା । ଫେବ୍ରୁଆରୀରୁ ଡିସେମ୍ବର ୧୫ ତାରିଖ ଯାଏଁ ସାଇବର ଫ୍ରଡର ହିସାବ ରହିଛିି । ଗୋଲଡେନ ପିରିୟଡ଼ ରେବ୍ଲକ ହୋଇ ୧ କୋଟି ୪୮ଲକ୍ଷ ୧୧ ହଜାର ୮୭୦ ଟଙ୍କା ଫେରିଛି । ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ଟି ମାମଲା ରୁଜୁ ହୋଇଥିବା ବେଳେ ୧୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବେନଶ୍ୱର ଡିସିପି ଉମାଶଙ୍କର ଦାସ ।

ଏହା ସହ ଗୃହ ମନ୍ତ୍ରାଳୟର ସାଇବର ସେଫକୁ ସମସ୍ତ ଫ୍ରଡ଼ କଲ ନମ୍ବର ପଠାଇଛି ପୋଲିସ । ଟୋଲ ଫ୍ରି ନମ୍ବରକୁ ଭୁବନେଶ୍ୱରରୁ ଆସିଛି ୨୮୭୨ କଲ । ଭୁବନେଶ୍ୱର ବାହାରୁ ଆସିଛି ସାଢ଼େ ୩ ହଜାର କଲ । ଗୁଗୁଲ ମ୍ୟାପିଂରୁ ସାଇବର ଠକଙ୍କ ଲୋକେସନ ଟ୍ରାକ କରିଛି କମିଶନରେଟ ପୋଲିସ । ୟୁପିଆଇ ମାଧ୍ୟମରେ ସର୍ବାଧିକ ଠକେଇ ହେଇଛି ବୋଲି ଡିସିପି କହିଛନ୍ତି ।

ଭୁବନେଶ୍ୱରରେ ଯମତାରା ଗ୍ୟାଙ୍ଗ ସକ୍ରିୟ ରହିଛି । ପଞ୍ଜାବ, ରାଜସ୍ଥାନ, ଗୁଡ଼ଗାଓ ଓ ବ୍ୟାଙ୍ଗଲୋରରୁ ବି ଆସିଛି ଅଧିକାଂଶ ଫ୍ରଡ଼ କଲ । any ଡେସ୍କ ଆପ୍ଲିକେସନ ଡାଉନଲୋଡ଼ କଲେ ଅଧିକ ଠକେଇ ହେଉଛି । କୌଣସି ମେସେଜ ଆସିଲେ ଏହି ଆପ ଡାଉନଲୋଡ଼ ନ କରିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

Get real time updates directly on you device, subscribe now.