fbpx

ଆଜି ପ୍ରଧାନମନ୍ତ୍ରୀ ୧୦୦୦ କୋଟି କରିବେ ଟ୍ରାନ୍ସଫର, ଗ୍ରାମାଞ୍ଚଳର ପାଖାପାଖି ୧୬ ଲକ୍ଷ ମହିଳା ହେବେ ଉପକୃତ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କୁ ଏକ ବଡ଼ ଗିପ୍ଟ ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଆଜି ପିଏମ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ୧ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିବେ । ଏହା ଫଳରେ ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ପ୍ରାୟ ୧୬ ଲକ୍ଷ ମହିଳା ଉପକୃତ ହେବ ବୋଲି ଜଣାପଡ଼ିଛି ।

ତେବେ ଏହି ଅବସରରେ ଆୟୋଜିତ ହେବାକୁ ୠଛକ୍ତଳ କାର୍ଯ୍ୟକ୍ରମରେ ଦୁଇ ଲକ୍ଷ ମହିଳା ସାମିଲ ହେବାର ଲକ୍ଷ୍ୟ ରହିଛି । ୮୦ ହଜାର ଏସଏଚଜିଙ୍କୁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (ସିଆଇଏଫ) ମାଧ୍ୟମରେ ପ୍ରଧାନମନ୍ତ୍ରୀ ଅର୍ଥ ପ୍ରେରଣ କରିବେ । ଏଥିରେ ଏସଏଚଜିଙ୍କୁ ୧.୧୦ ଲକ୍ଷ ମିଳିବା ସହ ୬୦ ହଜାର ଏସଏଚଜିଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ରିଭଲଭିଂ ଫଣ୍ଡ ମିଳିବ । ପ୍ରଧାନମନ୍ତ୍ରୀ ସଖୀ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କୁ ମାସିକ ଷ୍ଟାଇପେଣ୍ଡ ୪ ହଜାର ଲେଖାଏଁ ମୋଟ ୨୦ ହଜାର ମିଳିବ । ଏଥିସହ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ୨୦ କୋଟି ଅର୍ଥ ଟ୍ରାନ୍ସଫର କରାଯିବ । ଏକ ଲକ୍ଷରୁ ଅଧିକ ଲୋକ ଏହାର ଲାଭ ଉଠାଇ ପାରିବେ । ଏହି ଯୋଜନାରେ ପ୍ରତ୍ୟେକ ଲାଭାର୍ଥୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

Get real time updates directly on you device, subscribe now.