fbpx

ନୋରା-ଜାକଲିନଙ୍କ ଛଡ଼ା ଏହି ୩ ସେଲିବ୍ରିଟିଙ୍କ ସହିତ ରହିଛି ମହାଠକ ସୁକେଶର ଲିଙ୍କ୍, ଖୁବଶୀଘ୍ର ଇଡି କରିବ ସମନ; ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲ୍ ରେ ସଜ୍ଜା କାଟୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖରର ଏବେ ଗୋଟିଏ ପରେ ଗୋଟିଏ ଠକେଇର ଖୁଲାସା ହେଉଛି । ଏହି କ୍ରମରେ ମହାଠକ ସହିତ ବଲିଉଡ୍ ଅଭିନେତ୍ରୀ ଓ କିଛି ସେଲେବ୍ ଯୋଗାଯୋଗରେ ଥିବା ଖବର ମଧ୍ୟ ଏବେ ହଇଚଇ ସୃଷ୍ଟି କରିଛି । ତେବେ ଏହି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ମନ୍ତ୍ରଣାଳୟ (ଇଡି) ୫ଜଣ ବଲିଉଡ୍ ସେଲିବ୍ରିଟିଙ୍କ ତାଲିକା ପ୍ରସ୍ତୁତ କରିଛି । ଯେଉଁମାନେ ସୁକେଶ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଯୋଗାଯୋଗରେ ରହିଛନ୍ତି ଓ ଉପହାର ଗ୍ରହଣ କରିଛନ୍ତି ।

ଏହି ୫ ଜଣଙ୍କ ମଧ୍ୟରୁ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ନୋରା ଫତେହିଙ୍କୁ ଆଗରୁ ହିଁ ଇଡି ସମନ ଜାରି କରିସାରିଛି । ବାକି ରହିଲେ ଆଉ ତିନି ଜଣ ସେଲିବ୍ରିଟି । ଖୁବ୍ ଶୀଘ୍ର ଇଡି ଏହି ୫ଜଣଙ୍କୁ ସମନ ଜାରି କରିପାରେ । ସେମାନେ ଏହି ମାମଲାର ସାକ୍ଷୀ ଭାବରେ ନିଜର ବୟାନ ରଖିବେ । ସୁକେଶଠାରୁ ସେମାନେ କାହିଁକି ଉପହାର ନେଇଥିଲେ ଓ କିପରି ଯୋଗାଯୋଗରେ ରହିଥିଲେ ସେସବୁ ଦିଗକୁ ଆଖି ଆଗରେ ରଖି ତଦନ୍ତ କରିବ ଇଡ଼ି ।

ତେବେ ଜାକଲିନ୍ ଓ ନୋରାଙ୍କ ବ୍ୟତୀତ ଏହି ମାମଲାରେ ଶ୍ରଦ୍ଧା କପୁର, ଶିଳ୍ପା ସେଟ୍ଟୀ ଓ ହରମନ୍ ବୱେଜାଙ୍କୁ ସମନ କରିପାରେ ଇଡି । ଏନେଇ ବିଶେଷ ସୁତ୍ରରୁ ସୂଚନା ପ୍ରକାଶ ପାଇଛି । ଇଡ଼ି ନିଜର ଷ୍ଟେଟମେଣ୍ଟରେ ଏମାନଙ୍କ ନାମ ଅନ୍ତୁର୍ଭକ୍ତ କରିଛି । ତଦନ୍ତ ସମୟରେ ସୁକେଶ ଏହି ସେଲେବ୍ ଙ୍କ ନାମ ନେଇଥିଲା ଓ ସେମାନଙ୍କ ସହିତ ଯୋଗାଯୋଗରେ ଥିବା ମଧ୍ୟ କହିଥିଲା । ସେହିପରି ସୁକେଶ, ଇଡ଼ି ସାମନାରେ କହିଛି ଯେ, ଶ୍ରଦ୍ଧା କପୁରଙ୍କୁ ସେ ୨୦୧୫ ରୁ ଜାଣିଛି । ଡ୍ରଗ୍ସ ମାମଲାରେ ଶ୍ରଦ୍ଧାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସମୟରେ ସେ ତାଙ୍କୁ ସାହାଯ୍ୟ କରିଛି ।

ସୁଚନାଯୋଗ୍ୟ ଯେ, ଇଡି ନିଜର ତଦନ୍ତ ପ୍ରକ୍ରିୟାରେ ଜାକଲିନ୍ ଓ ନୋରା ଫତେହିଙ୍କୁ ସୁକେଶ ଦେଇଥିବା ଲକଜୁରୀ କାର୍, ହୀରା ମୁଦି, ବିଏମଡବ୍ଲୁ କାର୍ ଆଦିକୁ ଅନ୍ତର୍ଭୁକ୍ତ କରିପାରେ । ଏହିସବୁ ଗିଫ୍ଟ ର ମୁଲ୍ୟ ୧୦ କୋଟିର ଅଧିକ ବୋଲି ସୂଚନା ରହିଛି । ଉଭୟ ଅଭିନେତ୍ରୀଙ୍କୁ ସୁକେଶ ବିଏମଡବ୍ଲୁ କାର୍ ଗିଫ୍ଟ କରିଥିଲା । ଏହି କାର୍ ଠକେଇ ଟଙ୍କାରେ କିଣାଯାଇଥିବାରୁ ଏହାକୁ ଇଡି ଜବତ କରିପାରେ ବୋଲି କୁହାଯାଉଛି ଓ ଏହା ଅପରାଧ ଶ୍ରେଣୀରେ ଯାଉଛି ।

Get real time updates directly on you device, subscribe now.