ନୂଆଦିଲ୍ଲୀ: ଅନଲାଇନ୍ ପେମେଣ୍ଟ ଆପ୍ ଓ ୱାଲେଟ୍ ଆପ୍ ପେଟିଏମ୍ ୟୁଜର୍ସଙ୍କ ପାଇଁ ଖୁସି ଖବର । ଏଥିରେ ଏବେ ମୋବାଇଲ୍ ରିଚାର୍ଜ କଲେ ମିଳିବ ୧୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦିଆଯାଉଛି । ଏହି ଅଫର୍ ଯେକୌଣସି କମ୍ପାନୀ ଯେପରି ବିଏସଏନଏଲ୍, ଭାରତୀ ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ଓ ରିଲାଏନ୍ସ ଜିଓ ର ପ୍ରୀପେଡ୍ ପ୍ଲାନ୍ ପାଇଁ ବୈଧ ।
ପ୍ରଥମରେ ତ ଆପଣ ଜାଣିବା ଦରକାର ଯେ, କଷ୍ଟମର୍ ଙ୍କୁ କୌଣସି ପ୍ରୀପେଡ୍ ପ୍ଲାନ୍ ରିଚାର୍ଜ କରିବା ପାଇଁ ଅତିରିକ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ନାହିଁ । ଆଉ ଯଦି ଆପଣ ଫର୍ଷ୍ଟ ଟାଇମ୍ ୟୁଜର୍ ହୋଇଥାନ୍ତି ତେବେ ଆପଣ ପେଟିଏମ୍ ରେ ମୋବାଇଲ୍ ରିଚାର୍ଜ କରିବା ସମୟରେ FLAT15 ପ୍ରୋମୋ କୋର୍ଡ ବ୍ୟବହାର କରିପାରିବେ । ଏଥିରେ ଆପଣଙ୍କୁ ଟ୍ରାନଜାକ୍ସନ୍ ଉପରେ ୧୫ ଟଙ୍କା ଡିସକାଉଣ୍ଟ ମିଳିବ ।
ଆଉ ୧୦୦୦ ଟଙ୍କା କ୍ୟାସବ୍ୟାକ୍ ପାଇଁ ଆପଣଙ୍କୁ ପେଟିଏମ୍ ରେ WIN1000 ପ୍ରୋମୋ କୋର୍ଡ ବ୍ୟବହାର କରିବାକୁ ପଡ଼ିବ । ଏହାଦ୍ୱାରା ଆପଣଙ୍କୁ ୧୦୦୦ ଟଙ୍କା କ୍ୟାସବ୍ୟାକ୍ ଜିତିବାର ମଉକା ମିଳିବ ।