fbpx

ମାହାତ୍ମା ଗାନ୍ଧୀଙ୍କ ଉପରେ ଟିପ୍ପଣୀକୁ ବିରୋଧ: ଧର୍ମ ସଂସଦ ବହିଷ୍କାର କଲେ ମହନ୍ତ ରାମସୁନ୍ଦର ଦାସ

ରାୟପୁର: ଛତିଶଗଡ଼ ରାଜଧାନୀ ରାୟପୁରରେ ଆୟୋଜିତ ଧର୍ମ ସଂସଦ ସଭା ଏବେ ବିବାଦ ଘେରରେ । ସଭାରେ ମହାରାଷ୍ଟ୍ରର କାଳୀଚରଣ ମହାରାଜ ମଞ୍ଚ ଉପରେ ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଛନ୍ତି । ତାଙ୍କ ଟିପ୍ପଣୀର ଘୋର ବିରୋଧ ମଧ୍ୟ କରାଯାଇଛି । ଗୋ-ସେବା ଆୟୋଗର ଅଧ୍ୟକ୍ଷ ଏବଂ ଦୁଧାଧାରୀ ମଠର ମହନ୍ତ ରାମସୁନ୍ଦର ଦାସ ମହାତ୍ମା ଗାନ୍ଧୀଙ୍କୁ ନେଇ ଟିପ୍ପଣୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଧର୍ମ ସଂସଦ ନିଜ ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇଯାଇଛି । ମଞ୍ଚର ଗରିମା ନଷ୍ଟ ହୋଇଯାଇଛି । ମହନ୍ତ ରାମସୁନ୍ଦର ଦାସ ମଞ୍ଚର ଆୟୋଜକଙ୍କୁ ମଧ୍ୟ ଆକ୍ଷେପ କରିଛନ୍ତି । ଏହା ସହ ସେ ଧର୍ମ ସଂସଦକୁ ବହିଷ୍କାର କରିଥିଲେ ।

ସୂଚନାଯୋଗ୍ୟ, କାଳୀଚରଣ ମହାରାଜ ମହାତ୍ମା ଗାନ୍ଧୀଙ୍କ ଉପରେ ଟିପ୍ପଣୀ କରିଥିଲେ ଏମିତିକି ସେ ମଞ୍ଚରୁ ଗଡସେଙ୍କୁ ନମସ୍ମାର ମଧ୍ୟ କରିଥିଲେ । ସେ ଆହୁରି କହିଥିଲେ ଇସଲାମ୍ ର ଉଦ୍ଦେଶ୍ୟ ରାଜନୀତି ଦ୍ୱାରା ରାଷ୍ଟ୍ରକୁ କବ୍ଚା କରିବା । ୧୯୪୭ରେ ଦୁଇଟି କବ୍ଚା ଆମ ଆଖି ସାମ୍ନାରେ ହୋଇଥିଲା । ଇରାନ, ଇରାକ୍, ଆଫଗାନିସ୍ତାନ ଉପରେ ପୂର୍ବରୁ କବ୍ଚା କରିସାରିଥିଲେ । ରାଜନୀତି ଦ୍ୱାରା ପାକିସ୍ତାନ ଏବଂ ବାଙ୍ଗଲାଦେଶ ଉପରେ ଆମ ଆଖି ସାମ୍ନାରେ କବ୍ଜା କରିଥିଲା ଇସଲାମ । ତେବେ ଅନେକ ସାଧୁ ସନ୍ଥ ମାନେ କାଳୀଚରଣଙ୍କ ବିରୋଧ କରିବା ସହ ଧର୍ମ ସଂସଦ ବହିଷ୍କାର କରିଥିଲେ ।

ବଡ଼ କଥା ହେଉଛି ମଞ୍ଚରେ ଅନେକ କଂଗ୍ରେସର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ କେହିବି ଏଥିରେ ଆପତ୍ତି ଉଠାଇନଥିଲେ । ବିଜେପି ନେତା ମଧ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.