fbpx

ଗୁଗଲ ଉପରେ ଲାଗିଲା ୭୩୯ କୋଟି ଟଙ୍କାର ଜୋରିମାନା, ଦେଖନ୍ତୁ ଭିଡିଓ…

ଟେକ୍ କମ୍ପାନୀ ଗୁଗଲ ପାଇଁ ବଡ ସଂକଟ । ଗୁଗଲ ଉପରେ ଲାଗିଛି ୭ଶହ ୩୯ ଟଙ୍କାର ଜୋରିମାନା । ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଗୁଗଲ ଉପରେ ଋଷିଆରେ ନିଷିଦ୍ଧ ଥିବା ବିଭିନ୍ନ କଣ୍ଟେଣ୍ଟ ଗୁଡିକୁ ତାର ସର୍ଚ୍ଚଇଂଜିନ ମାଧ୍ୟମରେ ସର୍ବସାଧାରଣ କରି ଦେଖାଯାଉଥିବାନେଇ ଅଭିଯୋଗ ହୋଇଥିଲା । ତେବେ ସୂଚନା ଅନୁସାରେଏଭଳି ଏକ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହ ଋଷିଆର ସ୍ଥାନୀୟ ସରକାରଙ୍କ ପକ୍ଷରୁ ମଧ୍ୟ କମ୍ପାନୀକୁ ଚେତାବନୀ ଦିଆଯାଇଥିଲା ଏବଂ ଏହାସହ ନିଷିଦ୍ଧ ଥିବା କଂଣ୍ଟେଣ୍ଟକୁ ଗୁଗଲକୁ ଏହାର ସର୍ଚ୍ଚ ଇଞ୍ଜିନରୁ ହଟାଇବାକୁ ମଧ୍ୟ କୁହାଯାଇଥିଲା ।

ହେଲେ ଋଷିଆ ସରକାରଙ୍କ ତରଫରୁ ଦିଆଯାଇଥିବା ଚେତାବନୀ ସତ୍ତେ୍ୱ ମଧ୍ୟ କମ୍ପାନୀ ସେହି ନିଷିଦ୍ଧ ଥିବା ପାଖାପାଖି ୨୦୦୦ କଂଣ୍ଟେଣ୍ଟ ଗୁଡିକୁ ସର୍ଚ୍ଚ ଇଞ୍ଜିନରୁ ହଟାଇନଥିଲାା  । ତେବେ ଏମିତିରେ ଋଷିଆର ଏକ କୋର୍ଟ ସେହି ମାମଲାକୁ ବିଚାରକୁ ନେବା ସହ ଗୁଗୁଲ ଉପରେ ପାଖାପାଖି ୭୩୯ କୋଟି ଟଙ୍କାର ଜୋରିମାନା ଲଗାଇଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.