fbpx

ମାଟ୍ରିକ୍‌ ସମେଟିଭ୍‌-୧ ପରୀକ୍ଷା: ଆଜିଠୁ ଆଡମିଟ୍‌ କାର୍ଡ ପାଇବେ ଛାତ୍ରଛାତ୍ରୀ, ଅନ୍‌ଲାଇନ୍‌ ମାଧ୍ୟରେ ବି ଡାଉନ୍‌ଲୋଡ୍‌ କରିପାରିବେ

କଟକ,(ଭାସ୍କର ନ୍ୟୁଜ୍): ଆଜିଠୁ ମାଟ୍ରିକ୍ ସମେଟିଭ-୧ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ବଣ୍ଟାଯିବ। ଏଥିଲାଗି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।   ଏଥିଲାଗି ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ପରୀକ୍ଷା ସେଣ୍ଟରଗୁଡ଼ିକୁ ଆଡମିଡ୍‌ କାର୍ଡ ପଠାଇ ଦିଆଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ପରୀକ୍ଷା ସେଣ୍ଟରରୁ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ନେଇ ନିଜ ବିଦ୍ୟାଳୟରେ ବାଣ୍ଟି ପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀ ଚାହିଁଲେ ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଆଡମିଡ୍‌ କାର୍ଡ ମଧ୍ୟ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ୮ ହଜାର ୯୩୧ ବିଦ୍ୟାଳୟର ୫ ଲକ୍ଷ ୭୧ହଜାର ୯୩୫ ଜଣ ୧୦ ଶ୍ରେଣୀ ଛାତ୍ରଛାତ୍ରୀ ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ଦେବେ। ଏଥିପାଇଁ ୩ହଜାର ୯୩ଟି କେନ୍ଦ୍ରରେ ଚୟନ କରାଯାଇଛି।

Get real time updates directly on you device, subscribe now.