fbpx

୧୭ ବର୍ଷର ବିବାହ ପରେ ପ୍ରଥମ ପତ୍ନୀଙ୍କୁ ଧୋକ୍କା ଦେଲା ସ୍ୱାମୀ, ଲୁଚି ଛପି କରିଥିଲା ଦ୍ୱିତୀୟ ବିବାହ: ନ୍ୟାୟ ଦାବିରେ ଥାନାରେ ଅଭିଯୋଗ କଲେ ସ୍ତ୍ରୀ ଓ ୨ ଝିଅ

ନିମାପଡ଼ା, (ଭାସ୍କର ନ୍ୟୁଜ୍‌): ବିବାହର ୧୭ ବର୍ଷ ପରେ ପତ୍ନୀ ଓ ୨ ଝିଅଙ୍କୁ ଛାଡ଼ି ଯୁବକଙ୍କ ବିବାହକୁ ନେଇ ପ୍ରଥମ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଏହି ଘଟଣାରେ ତୁରନ୍ତ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ ନିମାପଡ଼ା ଥାନା ମଣିଜଙ୍ଗପାଟଣା ଗ୍ରାମର ଗୌରୀଲୋଚନ ରାଉତରାୟଙ୍କୁ କଟକ ଜିଲ୍ଲା ଜଗତ୍‌ପୁର ଥାନା ପରକୁଂଟିଆ ଡ଼ିହସାହି ଗ୍ରାମର ସନ୍ତୋଷ ନାୟକ ୧୭ ବର୍ଷ ତଳେ ରେଜିଷ୍ଟ୍ରି ବିବାହ କରିଥିଲେ । ବିବାହ ପରେ ନିଜ ପତ୍ନୀଙ୍କୁ ନେଇ ଭୁବନେଶ୍ୱରରେ ଏକ ଭଡ଼ାଘର କରି ରହିଥିଲେ । ବିବାହ ପରେ ୨ଟି କନ୍ୟା ସନ୍ତାନ ମହିଳାଙ୍କ ଔରସରୁ ଜାତ ହୋଇଥିଲେ । କୌଣସି ଏକ ଘଟଣାକୁ ନେଇ ପତି ତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ଗତ ୪ ବର୍ଷ ତଳୁ ଭଡ଼ାଘରୁ ସନ୍ତୋଷ ଲୁଚି ପଳାଇ ନିଜ ଗ୍ରାମରେ ଏକ ଯୁବତୀକୁ ବିବାହ କରି ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିବା ପ୍ରଥମ ପତ୍ନୀ ଗୌରୀଲୋଚନ ଜାଣି ପାରି ନିମାପଡ଼ା ଥାନାରେ ପହଂଚି ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି ପାରିନାହିଁ ।

ଗୌରୀଲୋଚନଙ୍କର ସ୍ୱାମୀକୁ ୪୨ ବର୍ଷ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ସମସ୍ୟା ଠିଆ ହୋଇଛି । ତପସ୍ୱିନୀ ଠାରୁ ଆରମ୍ଭ କରି ବହୁ ମହିଳା ନିର୍ଯ୍ୟାତନାର ଶୀକାର ହୋଇ ସେମାନଙ୍କ ସଂସାର ଉଜୁଡ଼ି ଯାଉଛି । ଗୌରୀଲୋଚନଙ୍କ କ୍ଷେତ୍ରରେ ମଧ୍ୟ ସେହି ରି ଏକ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତକୁ ତୁରନ୍ତ ଦଣ୍ଡବିଧାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

Get real time updates directly on you device, subscribe now.