fbpx

ଖୁସିଖବର: ଦେଶରେ କୋର୍ବେଭାକ୍ସ ଓ କୋଭୋଭାକ୍ସ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ବିରୋଧ ଲଢ଼େଇରେ ଦେଶକୁ ମିଳିଛି ଆଉ ଏକ ସଫଳତା । ଭାରତରେ କୋର୍ବେଭାକ୍ସ ଓ କୋଭୋଭାକ୍ସ ଭ୍ୟାକ୍ସିନର ଜରୁରୀ ବ୍ୟବହାରକୁ ମିଳିଛି ଅନୁମତି । ଆଣ୍ଟି ଭାଇରାଲ ଔଷଧ ମୋଲନୁପିରାଭିରର ଜରୁରୀ ବ୍ୟବହାରକୁ ଅନୁମତି ମିଳିଛି । ଏହାକୁ ସିଡିଏସସିଓ ଅନୁମତି ଦେଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ୱିଟ ମାଧ୍ୟମରେ ଦେଶକୁ ଅଭିନନ୍ଦନ ଜଣାଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମୋଲନୁପିରାଭିର ଏକ ଆଣ୍ଟି ଭାଇରାଲ ଔଷଧ, ଯାହାକି କୋଭିଡର ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ୧୩ଟି କମ୍ପାନୀ ଦ୍ୱାରା ଉତ୍ପାଦିତ ହେବ ।

ସେହିପରି କୋର୍ବେଭାକ୍ସ ଟିକା ଭାରତର ପ୍ରଥମ ସ୍ୱଦେଶୀ ରୂପରେ ବିକଶିତ ଆରବିଡି ପ୍ରୋଟିନ ସବ-ୟୁନିଟ୍ ଟିକା । ଏହା ହାଇଦ୍ରାବାଦ ସ୍ଥିତ ଫର୍ମ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ହେଉଛି ଭାରତର ବିକଶିତ ତୃତୀୟ ଟିକା ।

Get real time updates directly on you device, subscribe now.