fbpx

JNUରେ ଚାଲିଛି ସେକ୍ସ ସ୍କାଣ୍ଡାଲ: ନିର୍ବାଚନ ପୂର୍ବରୁ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ପୁଣି ଥରେ ଆରମ୍ଭ ହୋଇ ଯାଇଛି ବାକଯୁଦ୍ଧ । ଏହା ମଧ୍ୟରେ ଶୁକ୍ରବାର ଏକ ବିବାଦୀୟ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାରର ରାଷ୍ଟ୍ରମମନ୍ତ୍ରୀ ରଘୁରାଜ ସିଂ । ରଘୁରାଜଙ୍କ ଏହି ବିବାଦୀୟ ବୟାନକୁ ନେଇ ବର୍ତ୍ତମାନ କ୍ଷମତା ଯୁଦ୍ଧ ଅଧିକ ହେବାରେ ଲାଗିଛି । ଜୱାହାର ଲାଲ ନେହେରୁ ୟୁନିଭର୍ସିଟିରେ ସେକ୍ସ ସ୍କାଣ୍ଡାଲ ଚାଲିଛି ବୋଲି ବୟାନ ଦେଇଛନ୍ତି ମନ୍ତ୍ରୀ । ଆଲିଗଡରେ ଏକ ନିର୍ବାଚନୀ ରାଲିରେ ରଘୁରାଜ ଏହି ବୟାନ ଦେବା ପରେ ଏହାକୁ ନେଇ ବିବାଦ ଦେଖା ଦେଇଛି ।

ଜେଏନୟୁ ହେବା ଦିନରୁ କେବଳ ଏଠାରେ କମ୍ୟୁନିଷ୍ଟ ତିଆରି କରାଯାଉଛି । ଦେଶବିରୋଧୀ ଶକ୍ତି ସୃଷ୍ଟି ହେଉଛନ୍ତି । ଖୁଲ୍ଲମଖୁଲା ସେକ୍ସ ସ୍କାଣ୍ଡାଲ ଚାଲିଥିବା ନେଇ ମନ୍ତ୍ରୀ ବୟାନ ଦେଇଥିଲେ । ଆପଣଙ୍କ ରାହୁଲ ଗାନ୍ଧୀ ସେଠାକୁ ଯାଉଥିବା ବେଳେ ଦୀପିକା ପାଦୁକୋନ ମଧ୍ୟ ଆସିଛନ୍ତି । ଏହା ସହିତ ଆଲିଗଡ ମୁସଲିମ ୟୁନିଭର୍ସିଟିରେ ହିନ୍ଦୁ ଛାତ୍ରଛାତ୍ରୀଙ୍କ ପାଇଁ ଉର୍ଦ୍ଦୁ ବାଧ୍ୟତା ମୂଳକ ନ ହେଉ ବୋଲି ସେ ମତ ଦେଇଛନ୍ତି । କଂଗ୍ରେସ ସରକାର ଏହାକୁ ସଂଖ୍ୟାଲଘୁ ବିଶ୍ୱ ବିଦ୍ୟାଳୟ ବନାଇବାକୁ ଚାହୁଁଥିଲେ ବୋଲି ରଘୁରାଜ ଅଭିଯୋଗ କରିଥିଲେ । ତେବେ ରଘୁରାଜଙ୍କ ସେକ୍ସ ସ୍କାଣ୍ଡାଲ ବୟାନକୁ ନେଇ ସୋସିଆଲ ମିଡିଆରେ ହୋ ହାଲ୍ଲା ଲାଗି ରହିଛି ।

Get real time updates directly on you device, subscribe now.