fbpx
BSKY
BJD SHG SKY
BJD MC SKY

ବର୍ଷା ପାଇଁ ସ୍ଥଗିତ ହେଲା ଭାରତ-ଶ୍ରୀଲଙ୍କା ଫାଇନାଲ ମ୍ୟାଚ୍

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଅଣ୍ଡର-୧୯ ଏସିଆ କପର ଫାଇନାଲ ମ୍ୟାଚ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି । ପ୍ରଥମେ ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରି ୩୩ ଓଭରରେ ୭ ୱିକେଟ ହରାଇ ୭୪ ରନ୍ ସଂଗ୍ରହ କରିଛି । ଦଳ ପକ୍ଷରୁ ସାଦିଶା ରାଜପାକ୍ଷା ସର୍ବାଧିକ ୧୪ ରନ୍ ଓ ରବିନ ଡି’ ସିଲଭା (ଅପରାଜିତ) ୧୩ ରନ୍ ସଂଗ୍ରହ କରିଛନ୍ତି । ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଟପି ପାରିନଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ ଭିକି ଓଷ୍ଟୱାଲ ୩ଟି, କୌଶଲ ତାମ୍ବେ ୨ଟି, ରାଜ ବାୱା ଓ ରବି କୁମାର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ସୂଚନାଯୋଗ୍ୟ ଯେ, ୟୁନାଇଟେଡ୍ ଅଫ୍ ଅରବ ଏମିରେଟ୍ସ (ୟୁଏଇ)ଠାରେ ଆଜି ଫାଇନାଲ ମ୍ୟାଚ ବିଜୟ ଲକ୍ଷ୍ୟ ନେଇ ଭାରତ ଓ ଶ୍ରୀଲଙ୍କା ଉତ୍ସୁକତାର ସହ ପଡ଼ିଆକୁ ଓହ୍ଲାଇଥିଲେ । ମାତ୍ର ବର୍ଷା ସବୁ ଖୁସିରେ କାଳ ସାଜିଥିଲା । ପୂର୍ବରୁ ଭାରତ ବାଂଲାଦେଶକୁ ଓ ଶ୍ରୀଲଙ୍କା ପାକିସ୍ତାନକୁ ସେମିଫାଇନାଲରେ ପରାସ୍ତ କରିଥିଲେ । ଚଳିତ ଥର ଭାରତ ୮ମ ଥର ପାଇଁ ଏସିଆ କପ୍ ଫାଇନାଲରେ ପ୍ରବେଶ କରିଥିଲା । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୭ ଥର ଟାଇଟଲ ହାସଲ କରିସାରିଛି । ୨୦୧୨ରେ ଭାରତ-ପାକିସ୍ତାନ ଯୁଗ୍ମ ଭାବେ ୱିନର ଘୋଷିତ ହୋଇଥିଲେ । ତେବେ ଆଜି ଯଦି ବର୍ଷା ପାଇଁ ମ୍ୟାଚ ବାତିଲ୍ ହୁଏ, ତେବେ ଭାରତ-ଶ୍ରୀଲଙ୍କା ଯୁଗ୍ମ ବିଜେତା ଘୋଷିତ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.