fbpx

ରାଜଧାନୀ ଉପକଣ୍ଠରେ ହତ୍ୟାକାଣ୍ଡ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଉପକଣ୍ଠରେ ହତ୍ୟାକାଣ୍ଡ ହୋଇଛି । ସୁନ୍ଦରପଦାରେ ବୁଧମଣ୍ଡପ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ନୂଆବର୍ଷ ଭୋଜି ବେଳେ ଗଣ୍ଡଗୋଳ ଓ ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି । ମୃତ ଯୁବକ ଜଣକ ସୁନ୍ଦରପଦା ନୂଆସାହିର ହୋଇଥିବା ସୂଚନାରୁ ଜଣାପଡ଼ିଛି । ତେବେ ମୃତକଙ୍କ ନାମ ଦୀପକ ରାଉତରାୟ ବୋଲି ଜଣାପଡ଼ିଛି ।

ସୂଚନା ଯେ, ସୁନ୍ଦରପଦାର ହଜ୍ ପୋଖାରୀ କୂଳ ସୁରକ୍ଷାରେ ଥିଲେ ଦୀପକ ରାଉତରାୟ । ଗତକାଲି ରାତିରେ କିଛି ସ୍ଥାନୀୟ ଅଞ୍ଚଳର ପିଲା ପୋଖରୀ କୂଳଠାରେ ଭୋଜି କରୁଥିଲେ । ଏହି ସମୟରେ ସେମାନେ ଭୋଜି ସ୍ଥଳରେ ହୋହଲ୍ଲା ମଧ୍ୟ କରୁଥିଲେ । ଏହି ସମୟରେ ଦୀପକ ସେମାନଙ୍କୁ ବିରୋଧ କରିଥିଲେ । ଏହି ରାଗରେ ବୋଧହୁଏ ପିଲାମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଦୀପକଙ୍କ ହତ୍ୟା କାଣ୍ଡକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି ।

Get real time updates directly on you device, subscribe now.