fbpx

ସାବଧାନ! Google Chromeରେ ସେଭ୍ ରଖୁଛନ୍ତି କି ଲଗଇନ୍-ପାସୱାର୍ଡ୍? ଏହିଭଳି ହୋଇଯିବ ହ୍ୟାକ୍

ନୂଆଦିଲ୍ଲୀ: କଣ ଆପଣ ମାନେ ମଧ୍ୟ ଗୁଗୁଲ କ୍ରୋମ୍ କିମ୍ବା ମାଇକ୍ରୋସଫ୍ଟ ଏଡଜ୍ ଆଦି ବ୍ରାଉଜର୍ ରେ ଇଗଇନ୍ ପାସୱାର୍ଡ ଆଦି ସେଭ୍ କରି ରଖୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ । କାରଣ କୌଣସି ବି ସମୟରେ ଆପଣଙ୍କ ଆକାଉଣ୍ଟ୍ ହ୍ୟାକ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କିଛି ଆଇଟି ରିସର୍ଚ୍ଚର୍ ଇଣ୍ଟରନେଟ୍ ୟୁଜର୍ସ ଓ ଖଶସ୍ କରି ଯେଉଁ ମାନେ ୱର୍କ ଫ୍ରମ୍ ହୋମ୍ କରୁଛନ୍ତି ସେମାନଙ୍କୁ ସତର୍କବାଣୀ ଜାରି କରି କହିଛନ୍ତି ଯେ, ବ୍ରାଉଜର୍ ରେ ପାସୱାର୍ଡ ଆଦି ସେଭ୍ କରି ରଖିବା ଆପଣ ମାନଙ୍କୁ ଭାରି ପଡ଼ିପାରେ । କୌଣସି ମୁହୂର୍ତ୍ତରେ ବି ଆପଣଙ୍କ ଆକାଉଣ୍ଟ୍ କୁ ହ୍ୟାକର୍ ମାନେ ହ୍ୟାକ୍ କରିପାରନ୍ତି । ନିକଟରେ ହିଁ ଗୋଟିଏ କମ୍ପାନୀର ଡାଟା ଲିକ୍ ହୋଇଯାଇଥିଲା ।

ସିକ୍ୟୁରିଟି ଏକ୍ସପର୍ଟ AhnLab ମୁତାବକ, ଏହି କମ୍ପାନୀର କାମ କରୁଥିବା ଜଣେ କର୍ମଚାରୀ ୱର୍କ ଫ୍ରମ୍ ହୋମ୍ କରୁଥିଲେ । ସେ କାମ କରିବା ପାଇଁ ଏପରି ଡିଭାଇଜ୍ ର ବ୍ୟବହାର କରୁଥିଲେ ଯାହାକୁ ଅନ୍ୟ ମାନେ ମଧ୍ୟ ବ୍ୟବହାର କରନ୍ତି । ହେଲେ ଜାଣି ନଥିଲେ ଯେ, ଡିଭାଇସ୍ ରେ ରେଡଲାଇନ୍ ଷ୍ଟିଲର୍ ନାମକ ଏକ ମାଲୱେର୍ ରହିଛି । ତେବେ ଏହି ମାଲୱେର୍ କମ୍ପାନୀର ଭିପିଏନ୍ ପର୍ଯ୍ୟନ୍ତ ପହଞ୍ଚି ସମ୍ବେଦନଶୀଳ ଆକାଉଣ୍ଟର ଡିଟେଲ୍ସ ପାଓୱାର୍ଡ ଚୋରେଇଥାଏ । ହ୍ୟାକର୍ ମାନେ ଏହି ଡିଟେଲ୍ସ ସାହାଯ୍ୟରେ କମ୍ପାନୀର ପ୍ରାଇଭେଟ୍ ଡାଟାକୁ ନିଜ କାମରେ ଲଗାଇଥାନ୍ତି ।

ସବୁଠାରୁ ବିପଦଜନକ କଥା ହେଉଛି ଏହା କୌଣସି ଆଣ୍ଟିଭାଇରସ୍ ସଫ୍ଟୱେର୍ ଇନଷ୍ଟଲ୍ କରିଲେ ମଧ୍ୟ କମ୍ପ୍ୟୁଟର୍ ଓ ଲାପଟପ୍ ରେ ପ୍ରବେଶ କରିଥାଏ । ତେଣୁ ଏହି ମାଲୱେର୍ ଠାରୁ ବର୍ତ୍ତିବା ପାଇଁ ସବୁବେଳେ ଅଫିସିଆଲ୍ ଆପ୍ ର ବ୍ୟବହାର କରନ୍ତୁ । କାରଣ ପ୍ଲେ ଷ୍ଟୋର୍ ରେ ଅନେକ ପ୍ରକାର ଆପ୍ ରହିଛି ଯେଉଁଥିରେ ମାଲୱେର୍ ରହିଥାଏ । କୌଣସି ଆପ୍ ଡାଉନଲୋଡ଼୍ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରି କରିବା ଉଚିତ୍ ।

Get real time updates directly on you device, subscribe now.