fbpx

୧ ଫେବ୍ରୁଆରୀରୁ ଏହି ସର୍ଭିସ ପାଇଁ ଚାର୍ଜ ବଢ଼ାଇବ SBI, ୨୦ ଟଙ୍କା ସହ ଦେବାକୁ ପଡ଼ିବ GST

ନୂଆଦିଲ୍ଲୀ: ଜାନୁଆରୀ ୧ରୁ ATMରୁ ଟଙ୍କା କାଢ଼ିବା ସହିତ ଅନେକ ଚାର୍ଜେସ ବି ବଢ଼ିଯାଇଛି । ଏହା ସହିତ ୨୦୨୨ ଫେବ୍ରୁଆରୀ ୧ରୁ ଆଉ କିଛି ଚାର୍ଜ ବଢ଼ାଇବାକୁ ଯାଉଛି ଦେଶର ସବୁଠାରୁ ବଡ଼ ବ୍ୟାଙ୍କ SBI । ଯଦି ଆପଣଙ୍କ ଆକାଉଣ୍ଟ ବି ଏହି ବ୍ୟାଙ୍କରେ ଅଛି, ତାହାଲେ ଆପଣଙ୍କୁ ବି ଝଟକା ଲାଗିପାରେ । SBIର ୱେସାଇଟ ଅନୁସାରେ, ୨୦୨୨ ଫେବ୍ରୁଆରୀ ୧ରୁ IMPS କାରବାର ପାଇଁ ଏକ ନୂଆ ସ୍ଲାବ୍ ଯୋଡା ଯାଇଛି । ଏହା ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।

SBIର ୱେବସାଇଟ ଅନୁସାରେ, ୨ ଲକ୍ଷରୁ ୫ ଲକ୍ଷ ମଧ୍ୟରେ ଟଙ୍କା ପଠାଇବା ପାଇଁ ୨୦ ଟଙ୍କା ସହିତ ଜିଏସଟି ଶୁଳ୍କ ଦେବାକୁ ପଡିବ । ତେବେ ୨୦୨୧ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇ IMPS ମାଧ୍ୟମରେ କାରବାର ହେଉଥିବାର ରାଶିର ସୀମାକୁ ୨ ଲକ୍ଷରୁ ବଢ଼ାଇ ୫ ଲକ୍ଷ ଟଙ୍କା କରିଥିଲା ।

IMPS କ’ଣ?
IMPS ଅର୍ଥାତ୍ ଏହାକୁ ଇମିଡିଏଟ୍ ମୋବାଇଲ ପେମେଣ୍ଟ ସର୍ଭିସ କହନ୍ତି । IMPS ବ୍ୟାଙ୍କ ଦ୍ୱାରା ଦିଆଯାଉଥିବା ଏକ ଲୋକପ୍ରିୟ ପେମେଣ୍ଟ ସେବା, ଯାହାକୁ ରିଅଲ ଟାଇମରେ ଇଣ୍ଟର ବ୍ୟାଙ୍କ ଫଣ୍ଡ ଟ୍ରାନ୍ସଫର କରିବାକୁ ଅନୁମତି ମିଳିଥାଏ । ଏହା 24 X 7 ଉପଲବ୍ଧ ହୋଇଥାଏ, ଯେଉଁଥିରେ ରବିବାର ଓ ଛୁଟିଦିନ ବି ସାମିଲ ହୋଇଥାଏ ।

Get real time updates directly on you device, subscribe now.