fbpx

ଡାକ୍ତର ସୁମିତଙ୍କ ସହ ଘରେ ରହିବେ ତପସ୍ୱିନୀ; କୋର୍ଟଙ୍କ ବଡ଼ ରାୟ, ଦେଖନ୍ତୁ ଭିଡିଓ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତ୍ତି ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ବିବାହ ବିବାଦ ମାମଲାର ସମାଧାନ ହୋଇଛି । ଏଣିକି ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗର ଘରେ ହିଁ ତପସ୍ୱିନୀ ରହିବେ । ସୁମିତ-ତପସ୍ୱିନୀ ମାମଲାରେ ଜିଲ୍ଲା ଜଜ୍ କୋର୍ଟ ଆଜି ଏହି ବଡ଼ ରାୟ ଶୁଣାଇଛନ୍ତି ।

ଏହା ସହ ଖର୍ଚ୍ଚ ପାଇଁ ପ୍ରତିମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବେ ଡାକ୍ତର ସୁମିତ । ପ୍ରତି ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ରାୟ ନେଇ ତପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି । ଆଜିଠାରୁ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ହେବ । ଅନ୍ୟପଟେ ଡାକ୍ତର ସୁମିତଙ୍କ ଓକିଲ ଯେଉଁ ଅପିଲ ଫାଇଲ କରିଥିଲେ, ତାହାକୁ କୋର୍ଟ ଖାରଜ କରିଛନ୍ତି ବୋଲି ପ୍ରଦୀପ କହିଛନ୍ତି ।

Get real time updates directly on you device, subscribe now.