fbpx

‘Tip Tip Barsa Pani’ ଗୀତରେ ନାଚିଲେ ପାକିସ୍ତାନୀ ସାଂସଦ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ନିକଟରେ ଫିଲ୍ମ ସୁର୍ଯ୍ୟବଂଶୀ ରିଲିଜ୍ ହୋଇଥିଲା । ଯେଉଁଥିରେ ମୁଖ୍ୟ ଭୁମିକାରେ କାଟ୍ରିନା କୈଫ୍ ଓ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଥିଲା । କାଟ୍ରିନା ଏହି ଫିଲ୍ମରେ “ଟିପ୍ ଟିପ୍ ବର୍ଷା ପାନି” ଗୀତରେ ନାଚିଥିଲେ । ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହାପରଠାରୁ ସିନେ ପ୍ରେମୀ ମାନେ ଏହି ଗୀତକୁ ଖୁବ୍ ଉପଭୋଗ କରିଥିଲେ । ଏହା ଭିତରେ ପାକିସ୍ତାନରୁ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ପାକିସ୍ତାନ ସାଂସଦ ଏହି ଗୀତରେ ଜବରଦସ୍ତ ଡାନ୍ସ କରୁଥିବା ଦେଖିବାକୁ ମିଳିଛି ।

ଏହି ପାକିସ୍ତାନ ସାଂସଦର ନାମ ହେଲା ଆମିର୍ ଲିୟାକତ୍ ହୁସୈନ୍ । ଏଥିରେ ଆମିର୍ “ଟିପ୍ ଟିପ୍ ବର୍ଷା ପାନି” ଗୀତରେ ଏକ ଉତ୍ସବରେ ଡାନ୍ସ କରୁଥିବା ଦେଖିବାକୁ ମିଳିଛି । ତେବେ ଆମିର୍ ଙ୍କୁ ଡାନ୍ସ କରୁଥିବା ଦେଖି ନିକଟରେ ଥିବା ଲୋକମାନେ ଖୁବ୍ ମଜା ନେଉଛନ୍ତି । ଏଥିରେ କିଛି ମହିଳା ମଧ୍ୟ ନଜର ଆସିଛନ୍ତି ।

ଖବର ଅନୁଯାୟୀ, ଆମିର୍ ଲିୟାକତ୍ ହୁସୈନ୍ ପାକିସ୍ତାନର ଶାସକ ଦଳର ସାଂସଦ ଏବଂ ସେ ରାଷ୍ଟ୍ରୀୟ ସଭାରେ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ତେହେରିକ-ଇ-ଇନସାଫ ପ୍ରତିନିଧିତ୍ୱ କରୁଛନ୍ତି। ଆମିର୍ ଲିୟାକତ୍ ହୁସୈନ୍ ଜଣେ ଟିଭି ହୋଷ୍ଟ ମଧ୍ୟ । ତାଙ୍କର ଡ୍ୟାନ୍ସ ଭିଡିଓ ପୂର୍ବରୁ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ସେ ନାଗିନ୍ ଡାନ୍ସ କରୁଥିବା ନଜର ଆସିଥିଲେ ।

Get real time updates directly on you device, subscribe now.