fbpx

ସୁମିତଙ୍କ ଘରେ ରହି ପାରିବେନି ତପସ୍ୱିନୀ: କୋର୍ଟ ଅର୍ଡରକୁ ନେଇ ସୁମିତଙ୍କ ଓକିଲ ରଖିଲେ ବୟାନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ଏବଂ ଡାକ୍ତର ସୁମିତ ସାହୁ ମାମଲା ଦିନକୁ ଦିନ ଏକ ଅଡୁଆ ସୁତା ପରି ହେବାକୁ ଲାଗିଛି । ଜିଲ୍ଲା ଜଜ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି ଏବଂ ସେ ଶାଶୁ ଘରେ ପ୍ରବେଶ କରିବେ ବୋଲି ତପସ୍ୱିନୀ କହୁଥିବା ବେଳେ ଏହାର ସମ୍ପୂର୍ଣ୍ଣ ବିପରୀତ ତଥ୍ୟ ଦେଇଛନ୍ତି ସୁମିତଙ୍କ ଓକିଲ । ସୁମିତଙ୍କ ଓକିଲ କହିଛନ୍ତି କୋର୍ଟଙ୍କ ରାୟକୁ ଭ୍ରମିତ ଢଙ୍ଗରେ ଉପସ୍ଥାପନ କରିଛନ୍ତି ତପସ୍ୱିନୀ ।

କୋର୍ଟ କୌଣସି ବି ସ୍ଥାନରେ ତପସ୍ୱିନୀଙ୍କ ରହିବା ନେଇ କିଛି ରାୟ ଦେଇ ନାହାନ୍ତି । ତେବେ ସୁମିତଙ୍କ ପତ୍ନୀ ହୋଇଥିବାରୁ ଭରଣପୋଷଣ ବାବଦରେ ୧୭ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି ପରସ୍ଥିତିରେ ଶାଶୁ ଘରକୁ ଯିବା ନେଇ ତପସ୍ୱିନୀଙ୍କ ଆଶା ଆଶାରେ ରହିବା ଭଳି ପ୍ରତୀୟମାନ ହେଉଛି । ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.