ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ, ଜେଏସ୍‌ପିଏଲ୍‌ର କ୍ଷମତା ବୃଦ୍ଧି ଓ ପ୍ରକଳ୍ପର ଅଗ୍ରଗତି ନେଇ କଲେ ଆଲୋଚନ

ଭୁବନେଶ୍ବର (ଭାସ୍କର ନ୍ୟୁଜ୍) ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରଲିମିଟେଡ (ଜେଏସପିଏଲ)ର ଚେୟାର ମ୍ୟାନ୍ ନବୀନ ଜିନ୍ଦଲ ଓଡିଶାର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ଜେଏସ୍‌ପିଏଲ୍‌ ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲା । ଜେଏସ୍‌ପିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଭି.ଆର୍‌ ଶର୍ମା, ଗୃପ ଆଡଭାଇଜର୍‌ (ଲିଗାଲ୍‌, କର୍ପୋରେସନ୍‌ ଆଫେୟାର୍ସ ଏବଂ ସଷ୍ଟେନେବିଲିଟି) ମନୀଷ ଖରବନ୍ଦା, ଜେପିଏଲ୍‌ ଅଧ୍ୟକ୍ଷ ଏ.କେ. ଝା ଏବଂ ଜେଏସ୍‌ପିଏଲ୍‌ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଶ୍ରୀ ଜିନ୍ଦଲଙ୍କ ସହିତ ଏହି ବୈଠକରେ ଯୋଗ ଦେଇଥିଲେ ।

ଜେଏସ୍‌ପିଏଲ୍‌ ଅନୁଗୁଳରେ ବାର୍ଷିକ ୬ ନିୟୁତ ଟନ୍‌ କ୍ଷମତା ବିଶିଷ୍ଠ ଏକ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ କରିଛି । ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟେଟ ହାଇଲେବଲ କ୍ଲିୟରାନ୍ସଅଥରିଟି ବୈଠକରେ ଏହି କାରଖାନାର କ୍ଷମତା ୨୦୩୦ ସୁଦ୍ଧା ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି କରିବା ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରଯାଇଥିଲା । ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ପୂର୍ବରୁ ଶ୍ରୀ ଜିନ୍ଦଲ ପ୍ରମୁଖ ଶାସନ ସଚିବ (ଶିଳ୍ପ) ହେମନ୍ତ ଶର୍ମା ଏବଂ ପ୍ରମୁଖ ଶାସନ ସଚିବ (ଇସ୍ପାତ ଏବଂ ଖଣି) ଦେଓରଞ୍ଜନ କୁମାର ସିଂଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।