fbpx
BSKY SKY
BSKY SKY

ଆଜିଠୁ ନନ୍ଦନକାନନରେ କେବଳ ଅନ୍‌ଲାଇନ୍ ଟିକେଟ୍, ୱେବସାଇଟ ଓ ଆପ୍ ମାଧ୍ୟମରେ ବୁକିଂ କରିପାରିବେ ପର୍ଯ୍ୟଟକ

BSKY

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ପରିଦର୍ଶନ ପାଇଁ ପର୍ଯ୍ୟଟକ ପ୍ରବେଶ କରିବାକୁ ହେଲେ ଆଜି ଠାରୁ ୱେବସାଇଟରେ ଟିକେଟ ବୁକିଂ ବାଧ୍ୟତାମୂଳକ ବୋଲି କତୃପକ୍ଷ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି । ତେବେ ଅଫ୍‌ଲାଇନରେ ବର୍ତ୍ତମାନ ପାଇଁ  କୌଣସି ପର୍ଯ୍ୟଟକଙ୍କୁ ଟିକେଟ ଦିଆଯିବ ନାହିଁ । କେବଳ ଅନ୍‌ଲାଇନ୍ ଟିକେଟ୍ ଦେଖାଇ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ଭିତରକୁ  ପ୍ରବେଶ କରିପାରିବେ। ଶୁକ୍ରବାରଠାରୁ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ କେବଳ ନନ୍ଦନକାନନ ୱେବସାଇଟ www.nandankanan.org ଓ ନନ୍ଦନକାନନ ଆଣ୍ଡ୍ରଏଡ୍‌ ଆପ୍‌ ମାଧ୍ୟମରେ ଅନ୍‌ଲାଇନ ଟିକେଟ କରିପାରିବେ। ଏଥିସହ  କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଉଭୟ ଉଦ୍ୟାନ ଖୋଲା ରହିବ । ପର୍ଯ୍ୟଟକ ପ୍ରବେଶ ପାଇଁ ସାନିଟାଇଜ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ରକ୍ଷାକରି ପର୍ଯ୍ୟଟକ ବୁଲିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଯାଇଛି ।

ପରବର୍ତ୍ତୀ ସମୟରେ ଅଫ୍‌ଲାଇନ୍‌ରେ ଟିକେଟ୍‌ ଦେବା ପାଇଁ ସରକାରଙ୍କର ନିୟାମାବଳି ଆସିଲେ ପୂର୍ବଭଳି ଟିକେଟ୍ କାଉଣ୍ଟର୍‌ରୁ ଟିକେଟ୍‌ ମିଳିପାରିବ ବୋଲି କତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.