fbpx

କେବଳ ପ୍ରଧାନମନ୍ତ୍ରୀଙ୍କୁ ମିଳେ SPG ସୁରକ୍ଷା, ପ୍ରତିଦିନ ଖର୍ଚ୍ଚ ହୁଏ ୧.୧୭ କୋଟି; ଜାଣନ୍ତୁ ରହିଛି ଖାସିୟତ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ଟିକେ ଅବହେଳା ହେବାରୁ ବିବାଦ ବଢ଼ିବାରେ ଲାଗିଛି । କଥା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି । ବିବାହ ହେବା ବି ଯଥାର୍ଥ କାରଣ ପ୍ରଧାନମନ୍ତ୍ରୀଙ୍କୁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ପଞ୍ଜାବର ଫ୍ଲାଏଓଭର୍ ବ୍ରିଜ୍ ଉପରେ ରହିବାକୁ ପଡ଼ିଲା । ଯାହାଫଳରେ ସେ ଯୋଗ ଦେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେଇପାରିଲେ ନାହିଁ । ଅନ୍ୟପଟେ ଯେ ଯେଉଁ ଫ୍ଲାଏଓଭର ବ୍ରିଜ୍ ରେ ଫସିଥିଲେ ତାହା ପୁଣି ପାକିସ୍ତାନ ବୋର୍ଡର୍ ନିକଟସ୍ଥ । ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ଭାଟିଣ୍ଡା ଏୟାରପୋର୍ଟ ରେ ପଞ୍ଜାବ ସରକାରଙ୍କ ଅଧିକାରୀଙ୍କୁ କହିଛନ୍ତି ଯେ, “ନିଜ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବେ କି ମୁଁ ଏୟାରପୋର୍ଟରେ ଜୀବନ୍ତ ଫେରିପାରିଲି” ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ (ଏସପିଜି) ହାତରେ ରହିଥାଏ । ହେଲେ ଯେତେବେଳେ ପ୍ରଧାନମନ୍ତ୍ରୀ କୌଣସି ରାଜ୍ୟକୁ ଗସ୍ତରେ ଯାଆନ୍ତି ତେବେ ଏସପିଜି ବ୍ୟତୀତ ଉକ୍ତ ରାଜ୍ୟର ପୋଲିସ୍ ପାଖରେ ମଧ୍ୟ ସୁରକ୍ଷା ଦାୟିତ୍ୱ ରହିଥାଏ ।

ଏସପିଜି ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ, ଡିଜିପି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି। ସିକ୍ୟୁରିଟି ପ୍ଲାନ୍ ମଧ୍ୟ ଏସଏସପି ଏବଂ ଡିଏମଙ୍କୁ ମଧ୍ୟ କୁହାଯାଇଥାଏ । ଜରୁରୀକାଳୀନ ପରିସ୍ଥିତି ପାଇଁ କଣ୍ଟିଜେନ୍ସି ଯୋଜନା ମଧ୍ୟ ପ୍ରସ୍ତୁତ ହୁୀଏ ।

ପୂର୍ବରୁ ଏସପିଜି ସୁରକ୍ଷା ପ୍ରଧାନମନ୍ତ୍ରୀ ଓ ତାଙ୍କ ନିକଟତର ମାନଙ୍କୁ ଦିଆଯାଉଥିଲା । ହେଲେ ଦୁଇବର୍ଷ ହେଲା ଏସପିଜି ବ୍ୟବସ୍ଥାରେ ସଂଶୋଧନ କରାଯାଇଛି । ଏହାପରେ ସୁରକ୍ଷା ବ୍ୟବସ୍ଥା କେବଳ ପ୍ରଧାନମନ୍ତ୍ରୀଙ୍କୁ ହିଁ ଦିଆଯାଉଛି । ତେବେ ଏହି ଏସପିଜି ବ୍ୟବସ୍ଥାରେ ଅନେକ ସାବଧାନତା ଅବଲମ୍ବନ କରାଯାଏ । ହେଲେ ଏଥିରେ କେତେ ଜଣ ଯବାନ ସାମିଲ ହୋଇଥାନ୍ତି ସ୍ଥିତି ଉପରେ ନିର୍ଭର୍ କରେ । ଏଥିରେ ଗାଡ଼ି ବ୍ୟତୀତ ଉଡ଼ାଜାହାଜ ବି ସାମିଲ ହୁଏ । ବର୍ତ୍ତମାନ ସମୟରେ ଏସପିଜି ବ୍ୟବସ୍ଥାର ବଜେଟ୍ ବଢ଼ିବାରେ ଲାଗିଛି ।

୨୦୧୪-୧୫ରେ ଯେବେ ମୋଦୀ ସରକାର ଆସିଥିଲେ ସେ ସମୟରେ ବଜେଟ୍ ୨୮୯ କୋଟି ଥିଲା । ହେଲେ ୨୦୧୫-୧୬ରେ ଏହା ବଢ଼ି ୩୩୦ କୋଟି ହୋଇଥିଲା । ୨୦୧୯-୨୦ରେ ଏସପିଜି ୫୪୦.୧୬ କୋଟି ଥିଲା । ସେ ସମୟରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ବି ଏସପିଜି ସୁରକ୍ଷା ଦିଆଯାଉଥିଲା । ଅର୍ଥାତ୍ ଜଣ ଜଣଙ୍କର ସୁରକ୍ଷାରେ ବର୍ଷବ୍ୟାପୀ ୧୩୫ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା । ତେବେ ୨୦୨୧-୨୨ରେ ଏହି ବଜେଟ୍ ୪୨୯.୦୫ କୋଟି ଥିଲା । ଏବେ କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସୁରକ୍ଷା ଦିଆଯାଉଛି । ତାଙ୍କ ସୁରକ୍ଷାରେ ପ୍ରତିଦିନ ୧.୧୭ କୋଟି ଟଙ୍କା ଖର୍ଚ୍ଚ ହେଉଛି ଓ ଘଣ୍ଟାପ୍ରତି ୪.୩୯ ଲକ୍ଷ ଟଙ୍କା ଓ ମିନିଟ୍ ପ୍ରତି ୮,୧୬୦ କୋଟି ଟଙ୍କା ଖର୍ଚ୍ଚ ହେଉଛି ।

 

Get real time updates directly on you device, subscribe now.