fbpx

ମାନୁନାହାଁନ୍ତି ଫି’ ଛାଡ଼ ନିର୍ଦ୍ଦେଶ: ପ୍ରାଇଭେଟ୍ ସ୍କୁଲମାନଙ୍କର ଫି ଆଦାୟକୁ ନେଇ ଅସନ୍ତୋଷ ଅଭିଭାବକ ସଂଘର ଅଭିଯୋଗ; ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ବୃଦ୍ଧି ପାଇଛି ଲୋକଙ୍କ ଆର୍ଥିକ ସମସ୍ୟା । ମହାମାରୀ ଯୋଗୁଁ ପ୍ରାଇଭେଟ ସ୍କୁଲର ଫି ଛାଡ଼ ପାଇଁ ହାଇକୋର୍ଟ ତଥା ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଥିଲେ ବି ଏହାକୁ ମାନୁନଥିବା ଅଭିଯୋଗ କରିଛନ୍ତି ଓଡ଼ିଶା ଅଭିଭାବକ ସଂଘ । ଏନେଇ ଶୁକ୍ରବାର ଭୁବନେଶ୍ୱର ଏଡିଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ସଂଘର କର୍ମକର୍ତ୍ତା । ହାଇକୋର୍ଟ ଏବଂ ଗଣଣିକ୍ଷା ବିଭାଗର ନିର୍ଦ୍ଦେଶକୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉ ବୋଲି ସଂଘ ଦାବି କରିଥିଲା  ।

ରାଜଧାନୀର ଡିଏମ ପବ୍ଲିକ ସ୍କୁଲ, ସେଣ୍ଟ ଜୋସେଫ, ଭେଙ୍କଟେଶ୍ୱର, ଗୁରୁ ନାନକ ଆଦି ସ୍କୁଲ ଫିଛାଡ଼ କରିବା ବଦଳରେ ବର୍ଦ୍ଧିତ ହାରରେ ଅଭିଭାବକ ମାନଙ୍କ ଠାରୁ ଜୋର ଜବରଦସ୍ତ ପଇସା ଆଦାୟ ସହିତ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଏମାନଙ୍କ ଛଡା ବହୁ ସ୍କୁଲ ଏହି ନିର୍ଦେଶକୁ ସଠିକ କାର୍ଯ୍ୟକାରୀ ନ କରି ମନ ଇଛା ଅଭିଭାବକ ମାନଙ୍କୁ ବିଭ୍ରାନ୍ତି କଲା ଭଳି କିଛି ସ୍ଲାବ ତିଆରି କରି ଜୋର ଜବରଦସ୍ତ ସ୍କୁଲ ଫି ଆଦାୟ କରୁଛନ୍ତି ବୋଲି ଅଭିଯୋଗ କରିଛି ଅଭିଭାବକ ସଂଘ । ଦେଖନ୍ତୁ ଭିଡିଓ…

ଫି ଛାଡ଼ ନିର୍ଦେଶକୁ ସଠିକ କାର୍ଯ୍ୟକାରୀ ହେବା ସହିତ ଖିଲାପକାରୀ ସ୍କୁଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରିବା ପ୍ରତିଶୃତି ଦେବା ପରେ ଆମରଣ ଅନଶନକୁ ସ୍ଥଗିତ ରଖିବାକୁ ମହାସଂଘ ନିଷ୍ପତି ନେଇଛି। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.