fbpx

ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଉପରେ ଲାଗିଲା କଟକଣା: ଜାନୁଆରୀ ୩୧ ଯାଏଁ ବଳବତ୍ତର ରହିବ କଟକଣା

ପୁରୀ: ସୋମବାର ଠାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ଜଗା ଦର୍ଶନ । ଜାନୁଆରୀ ୩୧ ତାରିଖ ଯାଏଁ ଶ୍ରୀମନ୍ଦିରରେ ଭକ୍ତ କରିପାରିବେନି ଦର୍ଶନ । ସେବାୟତଙ୍କ ପ୍ରସ୍ତାବ କ୍ରମେ ନିଆଗଲା ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ବଢ଼ୁଥିବା ସଂକ୍ରମଣକୁ ଦେଖି ନିଆଯାଇଛି ନିଷ୍ପତ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ୨ ହଜାର ଟପିଲାଣି । ସେପଟେ କରୋନାର ଏହା ତୃତୀୟ ଲହର ବୋଲି କହିଛନ୍ତି ଏସଆରସି । ସଂକ୍ରମଣକୁ ଦୃଷ୍ଟିରେ ନାଇଟ କର୍ଫ୍ୟୁ ବଢ଼ାଯାଇଛି । ସ୍କୁଲ କଲେଜ ଆଦି ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.